ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ସିଂଘପାଲିରେ ଅଭାବନୀୟ ଘଟଣା: ଗୋ-ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଘଟି ଜଣେ କର୍ମଚାରୀଙ୍କର ମୃତ୍ୟୁ

ସମ୍ବଲପୁର: ପୋଡି ହୋଇ ଚାଲିଗଲା ଜଣେ କର୍ମଚାରୀଙ୍କର ଜୀବନ | ଗୋ-ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଘଟି ଏହି ଅଘଟଣ ଘଟିଛି | ସମ୍ବଲପୁର ଅଇଁଠାପାଲ୍ଲୀ ଥାନା ସିଂଘପାଲିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ସିଂଘପାଲି ସ୍ଥିତ ମାଁ ଦୁର୍ଗା ଗୋ-ଗ୍ୟାସ୍‌ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା ।ଗୋଦାମରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କିନ୍ତୁ ସେତେବେଳକୁ ଜଣେ କର୍ମଚାରୀଙ୍କ ଜୀବନ ଚାଲିଯାଇଥିଲା । ନିଆଁରେ ପୋଡି ହୋଇ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସେହିପରି ଏହି ଅଗ୍ନିକାଣ୍ଡରେ ଅନେକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବାର ସୂଚନା ମିଳିଛି । କିନ୍ତୁ ଏବେ ଯାଏଁ କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ କିପରି ଭାବେ ଗ୍ୟାସ୍‌ ଗୋଦାମରେ ନିଆଁ ଲାଗିଲା । ସେନେଇ ତଦନ୍ତ ହେଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

Related Posts