କେରଳ କାଲାମବାଲମ ନିକଟରେ ଅଭାବନୀୟ ଘଟଣା: ଗୋଟିଏ ପରିବାରର ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର

ଥିରୁଅନନ୍ତପୁରମ: କେରଳ ଥିରୁଅନନ୍ତପୁରମର କାଲାମବାଲମ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଘର ଭିତରୁ ଗୋଟିଏ ପରିବାରର ପାଞ୍ଚଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକମାନେ ହେଲେ ସ୍ବାମୀ ମଣିକୁଟ୍ଟନ, ସ୍ତ୍ରୀ ସନ୍ଧ୍ୟା, ଝିଅ ଅମୀୟା, ପୁଅ ଅଜିଶ ଏବଂ ସନ୍ଧ୍ୟାଙ୍କ ଭଉଣୀଙ୍କ ଝିଅ ଦେବକୀ ।

ତେବେ ପୋଲିସର କହିବା ଅନୁୁସାରେ, ‘ମଣିକୁଟ୍ଟନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ ସମସ୍ତେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମଣିକୁଟ୍ଟନ ସ୍ଥାନୀୟ ଛତନପାରା ଠାରେ ଏକ ଦୋକାନ କରି ପରିବାର ଚଳାଉଥିଲେ । ତେବେ ମଣିକୁଟ୍ଟନଙ୍କୁ ପଞ୍ଚାୟତ ଅଧିକାରୀ ଏହି ହୋଟେଲ ବନ୍ଦ କରିବାକୁ କହିଥିଲେ । ଏହାପରେ ଦୁଇଦିନ ଦୋକାନ ବନ୍ଦ ରହିଥିଲା । ତେବେ ମାନସିକ ଚାପରେ ଆସି ଏହି ଚରମ ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।’

ପରିବାରଲୋକେ ଋଣରେ ରହିଥିବା ନେଇ ମଣିକୁଟ୍ଟନଙ୍କ ପୋଡଶୀ କହିଛନ୍ତି । ତେବେ କଲାମବାଲାମ ପୋଲିସ IPC ଧାରା ୧୭୪ (ଅପମୃତ୍ୟୁ) ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Related Posts