ରାଜସ୍ଥାନର ଶିକାର-ଚୁରୋ ରେଳଲାଇନ୍‌ରେ ଅଭାବନୀୟ ଘଟଣା: ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ନବଦମ୍ପତି

ରାଜସ୍ଥାନ: ରାଜସ୍ଥାନର ଶିକାର-ଚୁରୋ ରେଳଲାଇନ୍‌ରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଚଳନ୍ତା ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଏକ ନବଦମ୍ପତି । ରସିଦପୁରାରେ ଏହି ଅଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ମେଡିକାଲ ନେଇଛି। ସେଠାରେ ମୃତ ଦେହକୁ ଚିହ୍ନଟ ପାଇଁ ପୁଲିସ ରଖିଛି।

ଘଟଣାସ୍ଥଳରେ ଗୋଟିଏ ମୋବାଇଲ ପାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ଆଜି ସକାଳେ ଟ୍ରେନ୍‌ ଆଗକୁ ଡେଇଁ ଏକ ଦମ୍ପତି ଆତ୍ମହତ୍ୟା କରିଥିବା ଶିକାର ପୁଲିସ ଖବର ପାଇଥିଲା।

ପରେ ସେମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ। ତେବେ ମୃତ ଦେହ ଦୁଇଟିକୁ ଏଯାଏଁ ଚିହ୍ନଟ କରାଯାଇ ପାରି ନାହିଁ। ତେବେ ଦମ୍ପତିଙ୍କ ନିକଟରୁ ମିଳିଥିବା ମୋବାଇଲକୁ ଆଧାର କରି ତାଙ୍କ ପରିଚୟ ଜାଣିବା ପାଇଁ ପ୍ରୟାସ କରାଯାଉଛି ବୋଲି ପୁଲିସ କହିଛି। ତେବେ କାହିଁକି ଏମିତି ଚରମ ପଦକ୍ଷେପ ଗ୍ରହଣ କଲେ ନବଦମ୍ପତି ସେନେଇ କିଛି ତଥ୍ୟ ହସ୍ତଗତ ହୋଇନାହିଁ। ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts