କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଖାଇବେ ମିଠା ଦହି: ଦିଦି

କୋଲକାତା: ଦୁଇ ଦିନିଆ ବେଙ୍ଗଲ ଗସ୍ତରେ ଆସିଥିବା ଅମିତ ଶାହ ଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୁଁ ସୌରଭ ଗାଙ୍ଗୁଲିଙ୍କୁ କହିବି, ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମିଠା ଦହି ଖୁଆଇବେ ବୋଲି କହିଛନ୍ତି ଦିଦି ।

ଅମିତ ଶାହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଭେଟିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ଏହି ଚର୍ଚ୍ଚା ଭିତରେ ମମତା ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି।

ଶୁକ୍ରବାର ଗାଙ୍ଗୁଲିଙ୍କ ବାସଭବନରେ ଅମିତ ଶାହ ତାଙ୍କୁ ଭେଟି ପାରନ୍ତି। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭିକ୍ଟୋରିଆ ମେମୋରିଆଲରେ ମୁକ୍ତି-ମାତ୍ରିକା କାର୍ଯ୍ୟକ୍ରମ ଆୟୋଜନ ହେଉଉଛି। ସ୍ୱାଧୀନତାର ୭୫ ବର୍ଷ ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି। ଯେଉଁଠି ଓଡିଣୀ ନୃତ୍ୟଙ୍ଗନା ଭାବେ ଗାଙ୍ଗୁଲିଙ୍କ ପତ୍ନୀ ଡୋନା ଗାଙ୍ଗୁଲି ନୃତ୍ୟ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ଗାଙ୍ଗୁଲିଙ୍କ ବାସଭବନକୁ ଯାଇ ଅମିତ ଶାହ ତାଙ୍କୁ ଭେଟି ପାରନ୍ତି।

ଉଭୟଙ୍କ ଭେଟଘାଟକୁ ନେଇ ଅମିତ ଶାହଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି ମମତା। ସେ କହିଛନ୍ତି ଯେ ଅତିଥିଙ୍କୁ ଭଲ କରି ସତ୍କାର କରିବା ଏବଂ ସେମାନଙ୍କ ଯତ୍ନ ନେବା ପଶ୍ଚିମବଙ୍ଗର ସଂସ୍କୃତି । ଯଦି ଗୃହମନ୍ତ୍ରୀ ଗାଙ୍ଗୁଲିଙ୍କ ଘରକୁ ଯାଆନ୍ତି ତେବେ ମୁଁ ଗାଙ୍ଗୁଲିଙ୍କୁ ଅନୁରୋଧ କରିବି-ସେ ତାଙ୍କୁ ବେଙ୍ଗଲର ମିଠା ଦହି ପରସିବେ। ୨୦୨୧ ପଶ୍ଚିମବଙ୍ଗ ବିଧାନ ସଭା ନିର୍ବାଚନ ବେଳେ ଗାଙ୍ଗୁଲି ବିଜେପିରେ ମିଶିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଯେତେବେଳେ ଅମିତ ଶାହ ଗାଙ୍ଗୁଲିଙ୍କୁ ଭେଟିବାକୁ ଯାଉଛନ୍ତି ଏହି ଚର୍ଚ୍ଚା ପୁଣି ଥରେ ତାଜା ହୋଇଛି |

Related Posts