ନୂଆଦିଲ୍ଲୀ: କଂଗ୍ରେସ୍ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ବେଆଇନ ରେସ୍ତୋରାଁ ଚଲାଇବା ଅଭିଯୋଗ କରିଥିବା କଂଗ୍ରେସ ନେତାଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ୍।

ସ୍ମୃତି ଇରାନୀ ଏନେଇ ଏକ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହି ମକଦ୍ଦମାରେ କୋର୍ଟ କଂଗ୍ରେସ ନେତାଙ୍କୁ ନୋଟିସ୍ କରିଛନ୍ତି। କଂଗ୍ରେସ ନେତା ଜୟରାମ ରମେଶ, ପୱନ ଖେରା, ନେତ୍ତା ଡି’ସୌଜାଙ୍କୁ ନାଁରେ କୋର୍ଟ ସମନ କରିଛନ୍ତି। ମାମଲା ସମ୍ପର୍କିତ ସମସ୍ତ ଟ୍ୱିଟ୍‌କୁ ସୋସିଆଲ୍ ମିଡିଆର ସମସ୍ତ ପ୍ଲାଟ୍‌ଫର୍ମରୁ ହଟାଇ ଦେବାକୁ ସମନ କରି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

କଂଗ୍ରେସ ନେତାଙ୍କର ଏଭଳି ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ମାନହାନୀ ମକଦ୍ଦମା କରାଯାଇଥିଲା। ଯେଉଁଥିରେ ସେ ଦର୍ଶାଇଥିଲେ ଯେ କଂଗ୍ରେସ ନେତାମାନେ ଷଡ଼ଯନ୍ତ୍ର କରି ତାଙ୍କର ଓ ତାଙ୍କ ଝିଅର ଛବି ମଳିନ କରିବାକୁ ଜାଣିଶୁଣି ଏଭଳି ଆକ୍ରମଣ କରୁଛନ୍ତି। ନା ମୁଁ ନା ମୋ ଝିଅ କେହି ସେ ରେସ୍ତୋରାଁରେ ମାଲିକ ନୁହେଁ। ନାଁ ଏନେଇ ଲାଇସେନ୍ସ ପାଇଁ ଆମେ ଆବେଦନ କରିଛୁ।

ଏସବୁ କଥା ଜାଣିବି ସେମାନେ(କଂଗ୍ରେସ ନେତା) ଜାଣିଶୁଣି ଅନେକ ଅପମାନଜନକ ମନ୍ତବ୍ୟ ଦେଇଛନ୍ତି। ମିଛ କହି ମୋର ମୋ ଝିଅର ଛବି ଖରାପ କରିବାକୁ ଚେଷ୍ଟା କରିଛନ୍ତି ବୋଲି ସ୍ମୃତି ଇରାନୀ ଦର୍ଶାଇଥିଲେ। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ମିନି ପୁଶକର୍ଣ୍ଣ କଂଗ୍ରେସ ନେତାଙ୍କୁ ସମନ କରିଛନ୍ତି ।