ପିଲାଙ୍କ ଭବିଷ୍ୟତକୁ ନେଇ ବିଶ୍ଵବିଦ୍ୟାଳୟର ଅବହେଳା: ୧୦୦ ନମ୍ବର ପରୀକ୍ଷାରେ ମିଳିଛି ୫୫୫ ମାର୍କ

ନୂଆଦିଲ୍ଲୀ: ବିହାର ମୁଙ୍ଗର ବିଶ୍ବବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ପିଲାଙ୍କ ଭବିଷ୍ୟତ ସହ ଖେଳା ଯିବା ସହ ଅଧିକାରୀଙ୍କ ଅବହେଳା ସାମ୍ନାକୁ ଆସିଛି । ଯାହାକୁ ନେଇ ଛାତ୍ରଛାତ୍ରଙ୍କ ମହାଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ମୋଟ ପରୀକ୍ଷା ନମ୍ବର ୧୦୦। କିନ୍ତୁ ପିଲା ପାଇଛନ୍ତି ୧୦୦ରୁ ଅଧିକ ନମ୍ବର। ଫୁଲ୍‌ ମାର୍କରୁ ଅଧିକ ମିଳୁଛି ନମ୍ବର। ବିଶ୍ବବିଦ୍ୟାଳୟ ଦ୍ବାରା ନିଆଯାଇଥିବା ପରୀକ୍ଷାରେ ଏଭଳି ତ୍ରୁଟି ସାମ୍ନାକୁ ଆସିଛି। ବିହାର ମୁଙ୍ଗର ବିଶ୍ବବିଦ୍ୟାଳୟରେ ଏଭଳି କିଛି ଦେଖିବାକୁ ମିଳିଛି। ଇତିହାସ ଅନର୍ସ ପିଲାଙ୍କୁ ମିଳିଛି ମୋଟ ନମ୍ବରରୁ ଅଧିକ ମାର୍କ। ୨୦୧୮-୨୧ ଗ୍ରାଜୁଏସନ୍ ପାର୍ଟ ୩ ଅଧିବେଶନ ପାଇଁ BA ର ଫଳାଫଳ ଶନିବାର ପ୍ରକାଶ ପାଇଛି । ଯେଉଁଥିରେ ବିଶ୍ବବିଦ୍ୟାଳୟର ପରୀକ୍ଷା ବିଭାଗର ବଡ଼ ଅବହେଳା ସାମ୍ନାକୁ ଆସିଛି |

ସ୍ନାତକୋତ୍ତରର ସମସ୍ତ ତିନୋଟି ଭାବ ମାର୍କକୁ ମିଶାଇ ଜଣେ ଛାତ୍ରଙ୍କୁ ମୋଟ ମାର୍କ ୮୦୦ ବଦଳରେ ୮୬୮ ମାର୍କ ଦିଆଯାଇଛି |

ଉକ୍ତ ଛାତ୍ରଙ୍କ ପାର୍ଟ -୩ ର ପେପର -୫ ରେ ୧୦୦ ମାର୍କ ବଦଳରେ ୫୫୫ମାର୍କ ଦିଆଯାଇଥିଲା। କେବଳ ଏତିକି ନୁହେଁ, ଉକ୍ତ ଛାତ୍ରଙ୍କୁ ମୋଟ ୧୦୮.୫% ମାର୍କ ମିଳିଛି। ବିଶ୍ବବିଦ୍ୟାଳୟର ଇତିହାସ ଅନର୍ସ ଛାତ୍ର ଦିଲ୍ଲୀପ କୁମାରଙ୍କୁ ଏହି ମାର୍କ ମିଳିଛି। ନିଜ ମାର୍କ ଦେଖି କେବଳ ଦିଲ୍ଲୀପ ନୁହେଁ, ଅନ୍ୟ ଶିକ୍ଷାର୍ଥୀ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Related Posts