୩୦ ଯାଏଁ ତାତିରୁ ତ୍ରାହି ନାହିଁ: ଆସନ୍ତା ୨୪ ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଅସହ୍ୟ ଗରମ । ଆକାଶରୁ ଝରୁଛି ନିଆଁ ବର୍ଷା । ଗରମକୁ ନେଇ ଅସ୍ତବ୍ୟସ୍ତ ହୋଇ ପଡ଼ୁଚି ଜନଜୀବନ ।

ତେବେ ଆଗକୁ ମଧ୍ୟ ଜାରୀ ରହିବ ଗରମ । ତାତିରୁ ତ୍ରାହି ମିଳିବ ନାହିଁ । ୩୦ ଯାଏଁ କଲବଲ ହେବେ ରାଜ୍ୟବାସୀ । ତତଲା କଡେଇରେ ସିଝିବ ଆଭ୍ୟନ୍ତରୀଣ ଓଡ଼ିଶା । ପଶ୍ଚିମ ଓଡ଼ିଶା ବି ଏଥିରୁ ବାଦ୍ ପଡିବନି । ରାଜ୍ୟରେ ହିଟ୍ ୱେଭ ସ୍ଥିତି ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସଜାଗ କରିଛି । ଆସନ୍ତା ୨୪ ଘଣ୍ଟାରେ ୧୧ ଜିଲ୍ଲା ପାଇଁ ଜରିକଲା ୟେଲୋ ୱାର୍ଣ୍ଣିଂ ।

ଖରାରେ ଜଳୁଛି ସହର । ସକାଳ ୮ଟାରୁ କଲବଲ କରୁଛି ତାତି । ତା ସାଙ୍ଗକୁ ଗୁଲଗୁଳି ବିଚଳିତ ମଧ୍ୟ କରୁଛି । ସାରା ରାଜ୍ୟରେ ଗ୍ରୀଷ୍ମ ବର୍ଷା ଜାରି ରହିଥିବା ବେଳେ, ଆହୁରି ୩ ଦିନ ପର୍ଯ୍ୟନ୍ତ ତ୍ରାହି ନାହିଁ । ୩ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବାର ନାହିଁ ବୋଲି ଆଗୁଆ ଆକଳନ କରିଚି ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଅନୁଗୁଳ, ସୋନପୁର, ବୌଦ୍ଧ, ବଲାଙ୍ଗୀରକୁ ହିଟ ୱେଭ ସ୍ଥିତି ନେଇ ୱାର୍ଣ୍ଣିଂ ଜାରି ହୋଇଛି । ଏଭଳି ୩୦ ଯାଏଁ ହେବାକୁ ଥିବା ବେଳେ ୮ ଜିଲ୍ଲା ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୋଳ, ଦେଓଗଡକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଆଜି ଦିନ ୧୧.୩୦ ସୁଦ୍ଧା ଭୁବନେଶ୍ବର ୩୮.୬, ବାଲେଶ୍ବର ୩୭.୨, ଝାରସୁଗୁଡ଼ା ୪୦, ସମ୍ବଲପୁର ୪୦,କେଉଁଝର ୩୯, ପୁରୀ ୩୨ ଡିଗ୍ରୀ ଛୁଇଁଥିବା ବେଳେ ଗତକାଲି ବୌଦ୍ଧ ଜିଲ୍ଲା ଉତ୍ତପ୍ତ ସହର ରହିଥିଲା । ତେବେ ଗତ ୨୪ ଘଣ୍ଟାରେ ୪୪.୫ ଡିଗ୍ରୀ ସେଲସିୟସ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଥିଲା । କେବଳ ଅଧିକ ଖରା ନୁହେଁ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆଦ୍ରତା ହେଉଥିବାରୁ ଗଳୁଗୁଳି ଅନୁଭବ ହେଉଛି । ଆହୁରି ୫ ଦିନ ଏମିତି ଗଳୁଗୁଳି ଲାଗି ରହିବା ନେଇ ପାଣିପାଗ ବିଭାଗ କହିଛି ।

ରାଜ୍ୟର ଆଭୟନ୍ତରୀଣ ଜିଲ୍ଲାରେ ୨ ଯାଏଁ ଏବଂ ଉପକୂଳରେ ୩୦ ଯାଏଁ ଗ୍ରୀଷ୍ମ ପ୍ରକୋପ ଜାରୀ ରହିବ । ବର୍ଷାର ପରିମାଣ ବହୁତ କମ ଥିବା ବେଳେ ଅଧିକ ଖରା ସହ ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଆଦ୍ରତା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି ।

Related Posts