ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା–ଇରାନ ମଧ୍ୟରେ ୨ ସପ୍ତାହର ଯୁଦ୍ଧବିରତି ଘୋଷଣା । ତେବେ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି ଉଭୟ ଆମେରିକା ଓ ଇରାନ୍ । ସୋସିଆଲ ମିଡିଆ ‘ଏକ୍ସ’ରେ ଏନେଇ ପୋଷ୍ଟ କରିଛନ୍ତି ଡୋନାଲଡ ଟ୍ରମ୍ପ । ୨ ସପ୍ତାହ ପାଇଁ ଇରାନକୁ ସମୟ ଦେବାକୁ ଗତ ରାତିରେ ପାକିସ୍ତାନ ଆମେରିକାକୁ ଅନୁରୋଧ କରିଥିଲା । ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ୍ ସରିଫ ଏ ସମ୍ପର୍କରେ ଡୋନାଲଡ ଟ୍ରମ୍ପଙ୍କୁ ଅନୁରୋଧ କରିଥିଲେ । ଶେଷରେ ଟ୍ରମ୍ପ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଖୋଲିବା ସର୍ତ୍ତରେ ଯୁଦ୍ଧବିରତି ପାଇଁ ରାଜି ହୋଇଥିବା ଟ୍ରମ୍ପ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ।