ବଦଳିଲେ ଉତ୍ତର ପ୍ରଦେଶ DGP ମୁକୁଲ ଗୋୟଲ: କାର୍ଯ୍ୟରେ ଅବହେଳା ନେଇ ଆସିଥିଲା ଅଭିଯୋଗ

ଲକ୍ଷ୍ନୌ: ବଦଳିଲେ ଉତ୍ତର ପ୍ରଦେଶ ପୋଲିସ ମହାନିର୍ଦ୍ଦଶକ ମୁକୁଲ ଗୋୟଲ । କର୍ଯ୍ୟରେ ଅବହେଳା ନେଇ ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରଦେଶ ପୋଲିସ ବିଭାଗର ସର୍ବୋଚ୍ଚ ପଦରୁ ହଟାଇ ଦେଇଛନ୍ତି ।

ବିଭାଗୀୟ କାର୍ଯ୍ୟରେ ଦାୟିତ୍ବ ହୀନତା ପାଇଁ ତାଙ୍କୁ ପଦରୁ ହଟାଯାଇଥିବା ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି । ମୁକୁଲ ଗୋୟଲ ବର୍ତ୍ତମାନ ସିଭିଲ ଡିଫେନ୍ସ ଡିଜି ଭାବେ ଦାୟିତ୍ବ ସମ୍ଭାଳିବେ ।

ସେହିପରି ନୂତନ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତ ହେବା ଯାଏ ଆଇନ ଶୃଙ୍ଖଳା ADG ପ୍ରଶାନ୍ତ କୁମାର DGP ଭାବେ ଦାୟିତ୍ବ ତୁଲାଇବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଡିଜିପିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଚର୍ଚ୍ଚା ଲାଗି ରହିଥଲା ।

Related Posts