
ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ମୈନପୁରୀ ଉପନିର୍ବାଚନକୁ ନେଇ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ । ଡିମ୍ପଲ ଯାଦବଙ୍କ ସହ ସ୍ବାମୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉପସ୍ଥିତ ଥିଲେ।
ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଅଖିଳେଶ ଏବଂ ଡିମ୍ପଲ ସାଇଫାଇରେ ମୁଲାୟମ ସିଂ ଯାଦବଙ୍କ ସ୍ମାରକୀରେ ପହଞ୍ଚି ପ୍ରଣାମ କରିଥିଲେ।
ତାଙ୍କ ନାମାଙ୍କନ ପତ୍ର ଯାଦବ ପରିବାର ଏକତ୍ରିତ ହୋଇ ମୈନପୁରୀ କଲେକ୍ଟରେଟରେ ଉପସ୍ଥିତ ହେଲେ।
ଡିମ୍ପଲ ଯାଦବ ତାଙ୍କ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଟୁଇଟ୍ ଯୋଗେ ସେ ଲେଖିଛନ୍ତି, ନେତାଜୀଙ୍କୁ ସମ୍ମାନ ଜଣାଇ ଆମେ ଆଜିର ନାମାଙ୍କନପତ୍ରକୁ ତାଙ୍କ ନୀତି ଏବଂ ମୂଲ୍ୟବୋଧ ପାଇଁ ଉତ୍ସର୍ଗ କରୁଛୁ। ନେତାଜୀଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ସହିତ ରହିଆସିଛି, ସର୍ବଦା ରହିବ