ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ: କୋର୍ଟ

ନୂଆଦିଲ୍ଲୀ : ଅବିବାହିତ ଝିଅଙ୍କର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବା ପିତାଙ୍କ ଦାୟିତ୍ୱ। ଦିଲ୍ଲୀର କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏକ ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି । ସମ୍ପର୍କରେ ଜଣେ ଝିଅ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ତାଙ୍କ ଉଚ୍ଚଶିକ୍ଷାର ଖର୍ଚ୍ଚ ତାଙ୍କ ପିତା ବହନ କରିବାକୁ ସେ ଦାବି କରିଥିଲେ। ୧୯ ବର୍ଷ ବୟସ୍କା ଝିଅ କୋର୍ଟରେ ଦାଖଲ କରିଥିବା ତାଙ୍କ ପିଟିଶନରେ କହିଛନ୍ତି ଯେ, ମାଆ ତାଙ୍କର ଅଧ୍ୟୟନ ଖର୍ଚ୍ଚ ବହନ କରିବାକୁ ସକ୍ଷମ ନୁହଁନ୍ତି ଏବଂ ବାପା ଜାଣିଶୁଣି ଖର୍ଚ୍ଚ ବହନ କରୁ ନାହାନ୍ତି ।

ଖବର ଅନୁଯାୟୀ, କଡ଼କଡ଼ଡୁମା ଫ୍ୟାମିଲି କୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ଯଦି ଝିଅ ଅବିବାହିତ ଏବଂ ସେ ଅଧିକ ଅଧ୍ୟୟନ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ଉତ୍ସାହିତ କରାଯିବା ଉଚିତ। ତାଙ୍କର ପାଠପଢ଼ାର ସମସ୍ତ ଦାୟିତ୍ୱ ପିତା ବହନ କରିବା ଆବଶ୍ୟକ। ତେବେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସେ ଝିଅକୁ ଅଧିକ ଶିକ୍ଷା ଦେଇ ପାରିବେ କି ନାହିଁ ସେନେଇ ପିତାଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦେଖିବା ଜରୁରୀ। ଯେତେବେଳେ କୋର୍ଟ ଏହି ପ୍ରସଙ୍ଗରେ ରିପୋର୍ଟ ମାଗିଥିଲେ, ସେତେବେଳେ ଜଣାପଡ଼ିଥିଲା ଯେ ଆବେଦନକାରୀଙ୍କ ପିତା ଜଣେ ବ୍ୟବସାୟୀ।

ରିପୋର୍ଟରେ ଦର୍ଶାଯାଇଛି ଯେ ସ୍ବାମୀ-ସ୍ତ୍ରୀ ଅଲଗା ରହୁଛନ୍ତି ଏବଂ ଝିଅ ତାଙ୍କ ମାଙ୍କ ସହ ରୁହନ୍ତି। ଏହି କାରଣରୁ ପିତା ନିଜ ଝିଅର ଉଚ୍ଚଶିକ୍ଷାର ଖର୍ଚ୍ଚ ବହନ କରିବାକୁ ରାଜି ନୁହନ୍ତି।

କୋର୍ଟ କହିଛନ୍ତି ଯେ ଝିଅର ଶିକ୍ଷା ଖର୍ଚ୍ଚ ନଦେବା ପାଇଁ ଏହା ଏକ ଆଧାର ନୁହେଁ। ସ୍ବାମୀ-ସ୍ତ୍ରୀଙ୍କୁ ଅଲଗା ରହିବାକୁ ପଡୁଛି, ଏହାର କିଛି କାରଣ ଥାଇପାରେ। କିନ୍ତୁ ଏହି କାରଣରୁ ଝିଅ ଶିକ୍ଷାରୁ ବଞ୍ଚିତ ହୋଇପାରିବେ ନାହିଁ। ତେଣୁ ପିତାଙ୍କୁ ଅବିବାହିତ ଝିଅର ଉଚ୍ଚଶିକ୍ଷା ଖର୍ଚ୍ଚ ବହନ କରିବାକୁ ପଡିବ ।

ଚଳିତ ବର୍ଷ ଜାନୁଆରୀରେ ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଜଣେ ଅବିବାହିତା ଝିଅର ଭରଣପୋଷଣ ଦାୟିତ୍ୱ ଜଣେ ପିତାଙ୍କର କର୍ତ୍ତବ୍ୟ । ଏହାମଧ୍ୟରେ ଝିଅଙ୍କର ଶିକ୍ଷା ଏବଂ ବିବାହ ପାଇଁ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଭିପିନ ସାଙ୍ଗି ଏବଂ ଜସମିତ ସିଂଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ କହଥିଲେ ଯେ କନ୍ୟାଦାନ କରିବା ଏକ ହିନ୍ଦୁ ପିତାଙ୍କ ପବିତ୍ର ତଥା ଧାର୍ମିକ ଦାୟିତ୍ୱ। ଏଥିରୁ ସେ ପଛକୁ ଯାଇ ପାରିବେ ନାହିଁ। ଯଦିଓ ଜଣେ ଅବିବାହିତ ଝିଅ ଚାକିରୀ କରି ରୋଜଗାର କରୁଥାନ୍ତି, ତେବେ ଏହା ଅନୁମାନ କରାଯାଇପାରିବ ନାହିଁ ଯେ ସେ ବୈବାହିକ ଖର୍ଚ୍ଚ ପୂରଣ କରିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ରଖିଛନ୍ତି

Related Posts