ଥରିଲା ଉତ୍ତରାଖଣ୍ଡ: ରିକ୍ଟର ସ୍କେଲରେ ୪.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

ଡେରାଡୁନ: ପୁଣି ଥରିଲା ଉତ୍ତରାଖଣ୍ଡ | ପୁଣି ଥରେ ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପିଥୌରାଗଡ ଜିଲ୍ଲାରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ନେପାଳ ସୀମାର ଆଖପାଖ ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୬ ରହିଛି । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ମୃତାହତ ନେଉ କୌଣସି ସୂଚନା ମିଳିନାହିଁ ।

ଏହା ପୂର୍ବରୁ ଫେବୃଆରୀ ୧୨ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୧ ରହିଥିଲା । ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପ କେନ୍ଦ୍ର ହୋଇଥିବା ସୂଚନା ମିଳିଛି ।

Related Posts