ମନ୍ଦିର ଯିବା ସମୟରେ ଫେଲ୍ ହେଲା ଗାଡିର ବ୍ରେକ୍: ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଆହତ | ତାଂକ ଗାଡିର ବ୍ରେକ୍ ଫେଲ୍ ହୋଇଯିବାରୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି । ମନ୍ଦିର ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଏନେଇ ନିଜେ ଅଭିନେତ୍ରୀ ସୋସିଆଲ ମିଡିଆରେ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି | ଓ କିପରି ଓ କାହିଁକି ଦୁର୍ଘଟଣା ଘଟିଲା ସେନେଇ ସୂଚନା ସୂଚନା ଦେଇଛନ୍ତି |

ତନୁଶ୍ରୀ ଦତ୍ତା ଇନଷ୍ଟାଗ୍ରାମରେ ମନ୍ଦିର ଦର୍ଶନର ଫଟୋ ସେୟାର କରି ଦୁର୍ଘଟଣାର କାରଣ ମଧ୍ୟ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଗାଡିର ବ୍ରେକ୍ ଫେଲ୍ ହେବା ଯୋଗୁଁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହା ସହିତ ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି, ”ଆଜିର ଦିନ ଆଡଭେଚର୍ସ ରହିଲା । ଶେଷରେ ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଲି । ମନ୍ଦିର ଯିବା ରାସ୍ତାରେ ଏକ ଦୁର୍ଘଟଣା ଘଟିଲା । ବ୍ରେକ୍ ଫେଲ୍ ହେବା ଯୋଗୁଁ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେବଳ କିଛି ଷ୍ଟିଜ୍ ପଡିଛି । ଜୟ ଶ୍ରୀ ମହାକାଳ ।” ତନୁଶ୍ରୀଙ୍କ ଗୋଡରେ ମଧ୍ୟ ଗଭୀର ଆଘାତ ଲାଗିଛି । ଯାହାର ଫଟୋ ମଧ୍ୟ ସେ ସେୟାର କରିଛନ୍ତି ।ନିଜ ସୌନ୍ଦର୍ଯ୍ୟ ପାଇଁ ଦିନେ ବଲିଉଡ୍‌ରେ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଲିଉଡ୍‌ରୁ ଦୂରେଇ ଯାଇଛନ୍ତି । କିନ୍ତୁ ସେ ଏବେବି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ।

ତନୁଶ୍ରୀ ଦତ୍ତା ୨୦୦୫ରେ ବଲିଉଡରେ ଡେବ୍ୟୁ କରିଥିଲେ । ତନୁଶ୍ରୀ ପ୍ରଥମେ ‘ଆଶିକ୍ ବନାୟା ଆପନେ’ ଫିଲ୍ମରେ କାମ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଆପାର୍ଟମେଣ୍ଟ ରେଣ୍ଟ ଆଟ୍ ୟୁ’ରେ ଦେଖିବାକୁ ମିଳିଥିଲା ।

ସେପଟେ ତାଙ୍କର ଏହି ଦୁର୍ଘଟଣା ଖବର ପାଇବା ପରେ ତାଂକ ପ୍ରଶଂସକ ଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି | ଅନେକ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାଥର୍ନ କରିଛନ୍ତି |

Related Posts