ପରଲୋକରେ ଭେଟେରାନ ଅଭିନେତା ବିକ୍ରମ ଗୋଖଲେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ। ପୁଣେରେ ଏକ ହସ୍ପିଟାଲରେ ସେ ଚିକିତ୍ସାଧୀନ ଥିବା ସମୟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଏନେଇ ନ୍ୟୁଜ୍ ଏଯେନ୍ସି ଏଏନଆଇ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେବ ସେ ଚିକିତ୍ସାଧୀନ ଥିଲେ । ଉଭୟ ବଡ ପରଦା ଓ ଧାରାବାହିକରେ ଦଶନ୍ଧି ଧରି ସକ୍ରିୟ ଥିଲେ । ୨୦୧୦ରେ ଶ୍ରେଷ୍ଠକଳାକାର ଭାବେ ସମ୍ମାନୀତ ହୋଇଥିଲେ ।

ତାଙ୍କ ଦେହାନ୍ତରେ ବଲିଉଡ ଓ ମରାଠୀ ସେନେମାଜଗତ ସହ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି । ପୁଣେର ବୈକୁଣ୍ଠରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ରହିଛି ।

Related Posts