ଭେଟେରାନ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କଲା ପୁଅ ସଚିନ ! ପୋଲିସର ତଦନ୍ତ ଆରମ୍ଭ

ମୁମ୍ଵାଇ : ଭେଟେରାନ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କରାଯାଇଥିବା ନେଇ ଖବର ସାମ୍ନାକୁ ଆସିଛି । ବାସ୍ତବରେ, ଗତ ଏକ ଦିନ ଧରି ଜୁହୁରେ ଜଣେ ମହିଳାଙ୍କ ହତ୍ୟା ପରେ ଏକ ମୃତଦେହ ମିଳିବା ଖବର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଥିଲା। କିନ୍ତୁ ବର୍ତ୍ତମାନ ସୂଚନା ମିଳିଛି ଯେ ଏ ୭୪ ବର୍ଷ ବୟସ୍କା ବୀଣା କପୁର ।

ଆଶ୍ଚର୍ଯ୍ୟର କଥା, ଏହି ଅଭିନେତ୍ରୀଙ୍କ ହତ୍ୟା ଅଭିଯୋଗ ପୁଅ ଉପରେ ଆସିଛି। ଏବଂ ପୋଲିସ ତାଙ୍କୁ ଗିରଫ କରିଛି।

ପ୍ରକୃତରେ ଭାଇରାଲ ଭୟାନି ପାପାରାଜି ପେଜ୍‌ରୁ ଜଣେ ମହିଳାଙ୍କ ଫଟୋ ସହିତ ସୂଚନା ଦିଆଯାଇଥିଲା । ନିଜ ପୁଅ ସମ୍ପତ୍ତି ପାଇଁ ହତ୍ୟା ହେବା କରିବା ପରେ ମୃତଦେହକୁ ନଦୀରେ ଫିଙ୍ଗି ଦିଆଯାଇଥିଲା। ସମାନ ପୋଷ୍ଟକୁ ଅଭିନେତ୍ରୀ ନୀଲୁ କୋହଲି ପୁନ-ପୋଷ୍ଟ କରିଛନ୍ତି ଏବଂ ଭେଟେରାନ ଅଭିନେତ୍ରୀଙ୍କ ପାଇଁ ଏକ ଲମ୍ବା ନୋଟ୍ ମଧ୍ୟ ସେୟାର କରିଛନ୍ତି। ଏହି ପୋଷ୍ଟରେ ଅନ୍ୟ ଅନେକ ସେଲିବ୍ରିଟି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି

ପୋଷ୍ଟକୁ ସେୟାର କରି ନୀଲୁ କୋହଲି ଲେଖିଛନ୍ତି- “ବୀଣା ଜୀ ତୁମେ ବହୁତ ଭଲ, ମୋର ହୃଦୟ ଭାଙ୍ଗି ଯାଇଛି, ତୁମ ପାଇଁ ଏହା ଲେଖୁଛି, ମୁଁ କ’ଣ କହିବି, ଆଜି ମୁଁ ନିରବ, ଏତେ ବର୍ଷର ସଂଘର୍ଷ ପରେ ମୁଁ ଆଶା କରେ ତୁମକୁ ଶେଷରେ ଶାନ୍ତି ମିଳୁ। ଅଭିନେତ୍ରୀ ବୀଣା କପୁରଙ୍କ ଦୁଇଟି ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଆମେରିକାର ସଫ୍ଟୱେୟାର ଇଞ୍ଜିନିୟର ହୋଇଥିବା ବେଳେ ଅନ୍ୟ ପୁଅର ନାମ ସଚିନ୍। ଖବର ଅନୁଯାୟୀ ପୁଅ ସଚିନ ଅଭିନେତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ କୁ ଗିରଫ କରିଛି ।

Related Posts