ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ଶାସକ ଓ ବିରୋଧୀଂକ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି। ସେପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଟିଏମ୍‌ସି ଭାଗ ନେବ ନାହିଁ ବୋଲି ଗତକାଲି ଗୋଷଣା କରିଥିଲା ଦଳ। ଆଉ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ମିଳିତ ମେଣ୍ଟର ପ୍ରାର୍ଥୀ ହୋଇଥିବା ମାର୍ଗାରେଟ୍ ଆଲ୍‌ଭା।

ସେ ଟ୍ୱିଟ୍ କରି ମମତା ନିଷ୍ପତ୍ତି ଉପରେ ମତ ରଖିଛନ୍ତି। ସେ ଲେଖିଛନ୍ତି “ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବାକୁ ଟିଏମ୍‌ସି ଯେଉଁ ନିଷ୍ପତ୍ତି ନେଇଛି ତାହା ଅତ୍ୟନ୍ତ ନିରାଶାଜନକ। ବର୍ତ୍ତମାନ ଅହଂକାର ଓ କ୍ରୋଧର ସମୟ ନୁହେଁ। ବର୍ତ୍ତମାନ ସାହସିକତା ନେତାପଣ ଓ ଏକତା ଦେଖାଇବାର ସମୟ। ଆମ ମୁଁ ଜାଣିଛି ଯେ ମମତା ବାନାର୍ଜୀ ସାହସିକତାର ପ୍ରତୀକ। ଏବଂ ସେ ବିରୋଧୀ ଦଳଙ୍କ ସହ ଛିଡ଼ା ହେବେ। ”

ମିଳିତ ବିରୋଧୀ ଦଳ ମାର୍ଗେଟ୍ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ ବି କାହିଁକି ସେମାନେ ଟିଏମସି ସହ ଆଲୋଚନା କଲେ ନାହିଁ ସେନେ ମମତା ଗତାକିଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଣୁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ।

ଏନେଇ ମମତା କହିଥିଲେ “କୌଣସି ଦଳ ମୋ ସହ ଆଲୋଚନା କରି ନାହାନ୍ତି। ତେଣୁ ଅଲ୍‌ଭାଙ୍କୁ କିପରି ମେଣ୍ଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଗଲା ? ଏହା ଉଚିତ ନୁହେଁ।” ତେବେ ମମତାଙ୍କର ଅଲଭାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଖୁବ ଭଲ ବୋଲି ସୂଚନା ମିଳିଛି। କିନ୍ତୁ କଂଗ୍ରେସ ଓ ଏନ୍‌ସିପି ପ୍ରାର୍ଥୀ ବାଛିବା ପୂର୍ବରୁ ତାଙ୍କୁ ସୂଚନା ନ ଦେଇଥିବାରୁ ସେ ଦୁଃଖିତ ବୋଲି ଜଣାପଡିଛି ।