ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମି ବିବାଦ ସମାଧାନ କରି ପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ବରିଷ୍ଠ ରାଜସ୍ୱ ସହାୟକ ଗିରଫ ହୋଇଛନ୍ତି । ହିଞ୍ଜିଳିକାଟୁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ୟୁନିଟ ତାଙ୍କୁ ଧରିଛି । ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଦୀର୍ଘ ଦିନର ଜମି ବିବାଦ ସମାଧାନ କରି ପଟ୍ଟା କରାଇଦେବେ ବୋଲି କହିଥିଲେ ବରିଷ୍ଠ ରାଜସ୍ୱ ସହାୟକ ଏନ.ଜଗଦୀଶ ରାଓ । କିନ୍ତୁ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଭିଜିଲାନ୍ସରେ ପୂର୍ବତନ ସେନା କର୍ମଚାରୀ ଅଭିଯୋଗ କରିଥିଲେ ।ଶୁକ୍ରବାର ଅପରାହ୍ନ ୨.୪୫ ମିନିଟ ସମୟରେ ଏନ. ଜଗଦୀଶ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ପିସି ଆକ୍ଟ- ୭ ଅନୁସାରେ କେସ ନଂ- ୧୧ରେ ଏକ ମାମଲା ରୁଜୁ କରାଯାଇ ଏହି ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ କରାଯାଉଛି ।