ଦିଲ୍ଲୀ ରେଲୱେ ଷ୍ଟେସନରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ: ୪ ରେଲୱେ କର୍ମଚାରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ରେଲୱେ ଷ୍ଟେସନରେ ଲଜ୍ୟା । ଜଣେ ମହିଳାଙ୍କୁ ୪ ଜଣ ରେଲୱେ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି। ଏହି ମାମଲାରେ ପୁଲିସ ୪ ଜଣ ଅଭିଯୁକ୍ତ ଗିରଫ କରିଛି।

ରେଲୱେ ଡିଏସ୍‌ପିଙ୍କ ସୂଚନା ମୁତାବକ, ଜୁଲାଇ ୨୧ ତାରିଖରେ ଏହି ଘଟଣା ଘଟିଛି। ଜଣେ ମହିଳା ବିଳମ୍ବିତ ରାତିରେ ପୁରିଣା ଦିଲ୍ଲୀର ରେଲୱେ ଷ୍ଟେସନ ଥାନକୁ ଫୋନ୍‌ କରି ତାଙ୍କ ସହ ଦୁଇ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା କହିଥିଲେ। ପ୍ଲାଟଫର୍ମ ନମ୍ବର ୮-୯ ସ୍ଥିତ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ରୁମ୍‌ରେ ପୀଡିତା ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି। ଦୁଇ ଜଣ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ଆଉ ଦୁଇ ଜଣ ରୁମ୍‌ ବାହାରେ ଚୌକିଦାରୀ କରୁଥିଲେ। ଏ ସମସ୍ତଙ୍କ ଅଭିଯୁକ୍ତ ରେଲୱେ ଇଲେକ୍ଟ୍ରିକାଲ ବିଭାଗରେ କାମ କରନ୍ତି।

ପୀଡିତା ମହିଳାଙ୍କ ବୟସ ୩୦ ବର୍ଷ ଓ ସେ ଫରିଦାବାଦରେ ରୁହନ୍ତି। ଦୁଇ ବର୍ଷ ପୂର୍ବେ ସ୍ୱାମୀଙ୍କ ଠାରୁ ତାଙ୍କର ଛାଡପତ୍ର ହୋଇସାରିଛି। ପୀଡିତା ପୁଲିସକୁ ଦେଇଥିବା ବୟାନ ମୁତାବକ, ପ୍ରାୟ ଦୁଇ ବର୍ଷ ପୂର୍ବେ ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣଙ୍କ ସହ ତାଙ୍କର ବନ୍ଧୁତା ଥିଲା। ସେ ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ଅଭିଯୁକ୍ତଙ୍କୁ ଭେଟିଥିଲେ। ଅଭିଯୁକ୍ତ ନିଜକୁ ଜଣେ ରେଲୱେ କର୍ମଚାରୀ ଭାବରେ ପରିଚିତ କରିଥିଲା ​​ଏବଂ ତାଙ୍କୁ ମଧ୍ୟ ରେଲୱେ ଚାକିରି କରାଇ ଦେବ ବୋଲି ପ୍ରତିଶୃତି ଦେଇଥିଲା। ଏହା ପରେ ଦୁହେଁ କଥାବାର୍ତ୍ତା ଆରମ୍ଭ କରିଥିଲେ।

ପୀଡିତାଙ୍କ କହିବା ଅନୁଯାୟୀ, ଜୁଲାଇ ୨୧ ରେ ଅଭିଯୁକ୍ତ ଜଣକ ଫୋନ୍‌ କରିଥିଲା। ନୂଆ ଘର ଓ ଝିଅର ଜନ୍ମ ଦିନ ପାର୍ଟି ଥିବା ବାହାନାରେ ତାଙ୍କୁ ଡାକିଥିଲା। ଅଭିଯୁକ୍ତ ପୀଡିତା ମହିଳାଙ୍କୁ କିର୍ତ୍ତୀ ନଗର ମେଟ୍ରୋ ଷ୍ଟେସନକୁ ଡାକିଥିଲା। ସାଢ଼େ ୧୦ଟା ବେଳେ ମହିଳା ଜଣକ ଏଠାରେ ପହଞ୍ଚିଥିଲେ। ଏଠାରୁ ଅଭିଯୁକ୍ତଙ୍କ ସହ ସେ ନୂଆ ଦିଲ୍ଲୀ ରେଲୱେ ଷ୍ଟେସନ ଯାଇଥିଲେ। ଏହାପରେ ପୀଡିତାଙ୍କୁ ଅଭିଯୁକ୍ତ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ କର୍ମଚାରୀଙ୍କ ସହ ଏକ ଛୋଟ ରୁମ୍‌ରେ ବସାଇ ଦେଇଥିଲା। ଏହାପରେ ଅଭିଯୁକ୍ତମାନେ ବିଳମ୍ବିତ ରାତିରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଅଭିଯୁକ୍ତମାନେ ତାଙ୍କୁ ମାରପିଟ୍‌ ମଧ୍ୟ କରିଥିବା ପୀଡିତା ଅଭିଯୋଗ କରିଛନ୍ତି।

Related Posts