ଜମିପଟ୍ଟା ପାଇଁ ୪୦ ହଜାର ଲାଞ୍ଚ ନେବାବେଳେ ଯଶିପୁର ତିହସିଲର କନିଷ୍ଠ କିରାଣୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ତହସିଲ କିରାଣି। ଲାଞ୍ଚ ନେବାବେଳେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ତହସିଲର କନିଷ୍ଠ କିରାଣି ଭାର୍ଗବ ଚନ୍ଦ୍ର ମହାକୁଡ଼ଙ୍କୁ ମାଡିବସିଲା ଭିଜିଲାନ୍‌ସ। ଯଶୀପୁର ବ୍ଲକ କାଳିଆଣି ଗାଁର ଭୀଷ୍ମ ଚରଣ ହେମ୍ବ୍ରମଙ୍କ ଠାରୁ ଜମିପଟ୍ଟା କରିଦେବାକୁ ନେଇ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍‌ସ ତାଙ୍କୁ କାବୁ କରିଛି।

ସୂଚନା ଅନୁସାରେ, ପୂର୍ବରୁ ମଧ୍ୟ ଭୀଷ୍ମଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିବା କହିଛନ୍ତି ଭାର୍ଗବ। ଭିଜିଲାନ୍ସ ବିଭାଗର କେନ୍ଦୁଝର ଓ ବାଲେଶ୍ଵର ଟିମ କର୍ମଚାରୀମାନେ ଟଙ୍କା ଜବତ ପରେ ଭାର୍ଗବକୁ ଗିରଫ କରିଛନ୍ତି। ଏହାସହିତ ତହସିଲ ଅଫିସରେ ଭାର୍ଗବ ବସୁଥିବା ରୁମ ରେ ଆଲମାରୀ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଛନ୍ତି ।

Related Posts