ଜମି ପଟ୍ଟା କରିବା ପାଇଁ ତହସିଲଦାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜମି ପଟ୍ଟା କରିବା ପାଇଁ ତହସିଲଦାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ତେବେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ତହସିଲର ତହସିଲଦାର ସତ୍ୟ ସୁନ୍ଦର ରାଉତ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି । ଜମି ପଟ୍ଟା କରିଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଛି । ଭଞ୍ଜକିଆର ଚକ୍ରଧର ମହାନ୍ତଙ୍କ ଠାରୁ ସେ ଲାଞ୍ଚ ନେଉଥିଲେ ।

ମୋଟ ୪୦ ହଜାର ଟଙ୍କା କଥାବାର୍ତ୍ତା ହେଇଥିବା ବେଳେ ପୂର୍ବରୁ ୨୫ ହଜାର ଟଙ୍କା ଅମିନ କମଳ ପାତ୍ରଙ୍କ ଜରିଆରେ ନେଇଥିଲେ । ଆଜି ବାକି ୧୫ ହଜାର ଟଙ୍କା ନେଲାବେଳେ ଭିଜିଲାନ୍ସ ମାଡି ବସିଥିବା ଜଣାପଡ଼ିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍ ଧରିଛି ।

Related Posts