ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଦାବି କଲେ ଉଦ୍ଧବ ଠାକରେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ର ରେ ସରକାର ପରିବର୍ତ୍ତନ ହେବା ପରେ ପ୍ରଥମ ଥର ଅଭିଭାଷଣ ଦେଇ କହିଛନ୍ତି ମହାରାଷ୍ଟ୍ର ରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଘୋଷଣା ହେଉ। ମୁଁ ଆଜି ବିଧାନସଭା ନିର୍ବାଚନ କରିବାକୁ ସେମାନଙ୍କୁ ଆହ୍ବାନ କରୁଛି। ଯଦି ସତ ସାହସ ଅଛି ନିର୍ବାଚନ କୁ ସାମ୍ନା କରନ୍ତୁ। ଆମେ ଯଦି କିଛି ଭୁଲ କରିଥିବୁ ତାହେଲେ ଜନତା ଆମକୁ ଘରେ ବସାଇ ଦେବେ ବିଧାନସଭା ପଠାଇବେନି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ବିଦ୍ରୋହୀ ମାନଙ୍କୁ ଶିବସେନା ର ଚିହ୍ନ ବ୍ୟବହାର କରିବାକୁ ଦେବିନାହି।ଶିବସେନା ରୁ କେହି ଧନୁ ଓ ତୀର ପ୍ରତୀକ ନେଇ ପାରିବେ ନାହିଁ। ଲୋକମାନେ କେବଳ ଚିହ୍ନ ଦେଖନ୍ତି ନାହିଁ ଚିହ୍ନ ଦେଇଥିବା ଲୋକ କୁ ମଧ୍ୟ ଦେଖନ୍ତି ବୋଲି ସେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ବିଦ୍ରୋହୀ ମାନେ ମୋ ସହ କଥା ହୋଇଥିଲେ ସବୁ ସମାଧାନ ହୋଇଥାନ୍ତା।

ହେଲେ ସେମାନେ ତାହା ନ କରି ବିଶ୍ୱାସ ଘାତକତା କାମ କଲେ। ମୋ ସହ ଥିବା ୧୫ – ୧୬ ଜଣ ବିଧ୍ୟାୟକ୍ ଙ୍କ ପାଇଁ ମୁଁ ଗର୍ବିତ ତାଙ୍କୁ ଭୟ ଦେଖା ଯାଇଥିଲେ ମଧ୍ୟ ସେମାନେ ମୋ ସହ ଅଛନ୍ତି। ସରକାର ଙ୍କର ଯଦି ସତ୍ ସାହସ ଅଛି ତେବେ ଆଜି ନିର୍ବାଚନ ସାମ୍ନା କରିକି ଦେଖାନ୍ତୁ।

Related Posts