ଭୋଟର ତାଲିକାରେ ନାଁ ନଥିବାରୁ ପାତ୍ରପୁର ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ଥର ପଞ୍ଚାୟତ ନିର୍ବାଚନରେ ରାଜ୍ୟର ଅନେକ ଯାଗାରୁ ନିର୍ବାଚନୀ ହିଂସାର ଚିତ୍ର ସାମ୍ନାକୁ ଆସୁଛି । କେତେବେଳ ରାଜନୈତିକ ଦଳ ମଧ୍ୟରେ ହେଉଥିବାବେଳେ ଆଉ କେତେବେଳେ ପ୍ରଶାସନ ଆଉ ଗ୍ରାମବାସୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡ଼ିଓ ପ୍ରକାଶ ଦାଶଙ୍କୁ କେତେକ ଗ୍ରାମବାସୀ ଆକ୍ରମଣ କରିବା ସହ ଅଟକ ରଖିଥିବା ସୂଚନା ମିଳିଛି । ଭୋଟ ତାଲିକାରେ ନାଁ ନଥିବାରୁ ଗତ ୨୦ ତାରିଖରେ ୩ୟ ପର୍ୟ୍ୟାୟ ନିର୍ବାଚନରେ ଭୋଟଦାନରୁ ବଂଚିତ ହୋଇଥିବା ତୁମ୍ବା ପଞ୍ଚାୟତର ଧାଡ଼ିଆମ୍ବ ଗ୍ରାମବାସୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି । ବିଡିଓ ଶ୍ରୀଦାଶ ତୁମ୍ବା ଗ୍ରାମରେ ବିଦ୍ୟାଳୟ ରୂପାନ୍ତରଣ କାର୍ୟ୍ୟ ଦେଖି ଫେରିବା ବାଟରେ ତାଙ୍କୁ ଆକ୍ରମଣ ସହ ଅଟକ ରଖାଯାଇଥିବା ସୂଚନା ମିଳିଛି ।

ବିଡିଓଙ୍କୁ ଉତ୍ତ୍ୟକ୍ତ ଲୋକେ ଅଟକ ରଖିଥବା ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ଉପଜିଲ୍ଲାପାଳ, ପାତ୍ରପୁର ତହସିଲଦାର, ଜରଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନେ ଗ୍ରାମବାସୀଙ୍କୁ ବୁଝାଇବା ସହ ବିଡିଓଙ୍କୁ ମୁକୁଳାଇବା ପ୍ରୟାସ କରୁଥିବା ସୂଚନା ମିଳିଛି। ଉଳ୍ଲେଖଯୋଗ୍ୟ, ପୂର୍ବରୁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ଗୋଳେଇପୁର ପଂଚାୟତରେ ୩ୟ ପର୍ୟ୍ୟାୟ ନିର୍ବାଚନ ବେଳେ ସ୍ଥାନୀୟ ବିଡିଓଙ୍କ ଉପରେ ଆକ୍ରମଣ ହୋଇଥିଲା । ସୋତି ୟୁଜିଏମ୍ଇ ସ୍କୁଲ ଭୋଟଗ୍ରହଣ କେନ୍ଦ୍ରରେ ରିଗିଂ ହେଉଥିବା ଖବରପାଇ ବିଡିଓ ରଂଜନ କୁମାର ପରିଡ଼ା ପହଞ୍ଚିଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଧକ୍କା ମାରି ଆକ୍ରମଣ କରିଥିଲେ।

Related Posts