ଆସାମରେ ହାଜତ ମୃତ୍ୟୁକୁ ନେଇ ହିଂସା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସାମରେ ହାଜତ ମୃତ୍ୟୁକୁ ନେଇ ହିଂସା । ଥାନା ହାଜତରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ଲଙ୍କାକାଣ୍ଡ ହୋଇଛି। ନାଗାଓଁ ଥାନାରେ ଭଙ୍ଗାରୁଜା କରିବା ସହ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି । ଅଭିଯୋଗ ଅନୁସାରେ, ଆସାମ ସାଲନାବାରି ଅଞ୍ଚଳରେ ମାଛ ବ୍ୟବସାୟୀ ସଫିକୁଲ୍ ଇସ୍ ଲାମଙ୍କୁ ଥାନରେ ଅଟକ ରଖିଥିଲା ପୋଲିସ । ତାଙ୍କୁ ନିର‌୍ୟାତନା ଦେବା ପରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ପୋଲିସ କହିଛି ରାତିରେ ମାତାଲ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ସଫିକୁଲଙ୍କୁ ଥାନାକୁ ଅଣାଯାଇଥିଲା। ଅସୁସ୍ଥ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ସଫିକୁଲଙ୍କ ମୃତ୍ୟୁ ହୋଇଛି । ତେବେ ପରିବାର ଲୋକେ କିନ୍ତୁ ଡାକ୍ତରଖାନାରେ ପହଞ୍ଚିବା ପରେ ସଫିକୁଲଙ୍କ ମୃତଦେହକୁ ଶବଗୃହରେ ରଖାଯାଇଥିବା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି । ଏହି ଘଟଣାକୁ ନେଇ ପୋଲିସ-ଜନତା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଛି । ଅନ୍ୟପଟେ ସ୍ଥାନୀୟ ପ୍ରଶାସନ ହିଂସାରେ ସଂପୃକ୍ତ ଥିବା ଲୋକଙ୍କ ଘର ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି ।

Related Posts