ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନୀ ସୁନ୍ଦରୀ ଜାଲରେ ଇଣ୍ଡିଆନ ଆର୍ମି ଅଫିସର । ହନିଟ୍ରାଫ୍‌ରେ ଫସି ଲିକ୍ କରୁଥିଲେ ଦେଶର ସୁରକ୍ଷା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଶେଷରେ ରାଜସ୍ଥାନ ପୁଲିସ ହାତରେ ଧରାପଡ଼ି ଜେଲ୍ ଯାଇଛନ୍ତି ସେନାରେ ଥିବା ପ୍ରଦୀପ କୁମାର। ରାଜସ୍ଥାନ ପୁଲିସ ଏହି ସୂଚନା ଦେଇଛି। ରାଜସ୍ଥାନ ପୁଲିସ ଇଣ୍ଟେଲିଜେନ୍ସ ଡିଜି ଉମେଶ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି” ରାଜସ୍ଥାନ ପୁଲିସ ଯୋଧପୁରର ଗୁରୁତ୍ୱପୂର୍ଣ୍ଣ ରେଜିମେଣ୍ଟରେ ନିଯୁକ୍ତ ଥିବା ଜଣେ ସେନା ଯବାନଙ୍କୁ ଗିରଫ କରିଛି।

ପାକିସ୍ତାନୀ ଗୋଇନ୍ଦା ବିଭାଗରେ କାମ କରୁଥିବା ମହିଳାଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।” ଗିରଫ ଯବାନ ସୋସିଆଲ୍ ମିଡିଆରେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ସମ୍ପର୍କରେ ଥିଲେ। ଦେଶର ରଣନୀତି କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଶେୟାର କରୁଥିଲେ। ପାଖାପାଖି ୭ ମାସ ତଳେ ମହିଳାଙ୍କ ପାଖରୁ କଲ୍ ଆସିଥିଲା। ଏହି ଫୋନ୍ କଲ୍‌ରୁ ଦୁହିଁଙ୍କ ସମ୍ପର୍କର ବଢ଼ିଥିଲା। ଏହାପରେ ଉଭୟେ ସୋସିଆଲ୍ ମିଡିଆରେ ଚାଟ୍ ଆରମ୍ଭ କରିଥିଲେ।

Related Posts