ବିରାଟ ମୋ ଠାରୁ ଅଧିକ ପ୍ରତିଭାଶାଳୀ : ସୌରଭ ଗାଙ୍ଗୁଲି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିରାଟଙ୍କ ହାତରୁ ଭାରତୀୟ ଦଳର ଅଧିନାୟକ ପଦ ଯିବା ପରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ବିରାଟଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଗଣମାଧ୍ୟମରେ ଉଭୟଙ୍କ ବୟାନ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିଥିଲା। ହେଲେ ବର୍ତ୍ତମାନ ସୌରଭ ଗାଙ୍ଗୁଲି ବିରାଟଙ୍କୁ ପ୍ରଶଂସା କରି ଯେଉଁ ବୟାନ ଦେଇଛନ୍ତି ସେଥିରେ ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି ବୋଲି ମନେ ହେଉଛି। ୩୩ ବର୍ଷୀୟ କ୍ରିକେଟର ବିରାଟ କୋହଲି ତାଙ୍କ ଠାରୁ ବି ଅଧିକ ପ୍ରତିଭାଶାଳୀ ବୋଲି ଗାଙ୍ଗୁଲି କହିଛନ୍ତି।

ଏସିଆ କପ୍‌ ୨୦୨୨ରେ ଆଫଗାନିସ୍ତାନ ବିରୋଧରେ ଖେଳୁଥିବା ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲା ଭାରତ। ବିରାଟ କୋହଲି ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏହି ମ୍ୟାଚ୍‌ରେ ସେ ନିଜ ପାଇଁ ୭୧ ତମ ଅନ୍ତର୍ଜାତୀୟ ଶତକ ହାସଲ କରିବା ସହିତ ତାଙ୍କ ପୂର୍ବ ଟି-୨୦ ରେକର୍ଡ ଭାଙ୍ଗି ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୨୨ କରିଥିଲେ। ୬୧ ବଲ୍‌ରେ ସେ ଏହି ରନ୍ କରିପାରିଥିଲେ। ତା ଛଡ଼ା ୨୦୧୯ ଠାରୁ ପ୍ରାୟ ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ଶତକ ହାସଲ କରିଥିଲେ ବିରାଟ। ଯାହାକୁ ନେଇ ବିରାଟଙ୍କୁ ଖୁବ୍ ପ୍ରଶଂସା କରାଯାଇଥିଲା।

Related Posts