‘କିଶୋର କୁମାର’ଙ୍କ ‘ଗୌରିକୁଞ୍ଜ’ ବଙ୍ଗଳାର କିଛି ଭାଗ ଲିଜ୍‌ରେ ନେଲେ ବିରାଟ କୋହଲି’

ମୁମ୍ବାଇ: ଲିଜେଣ୍ଡାରୀ ସିଙ୍ଗର ‘କିଶୋର କୁମାର’ଙ୍କ ‘ଗୌରିକୁଞ୍ଜ’ ବଙ୍ଗଳାର କିଛି ଭାଗ ଲିଜ୍‌ରେ ନେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ‘ବିରାଟ କୋହଲି’ । ସେଠାରେ ସେ ଏକ ରେଷ୍ଟୁରାଣ୍ଟ ନିର୍ମାଣ କରିବାପାଇଁ ‘ବିରାଟ୍’ ଏହି ବଙ୍ଗଳା ନେଇଛନ୍ତି। ଏହି ବଙ୍ଗଳା ମୁମ୍ବାଇର ‘ଜୁହୁ’ରେ ରହିଛି। ଗାୟକ ତଥା ଅଭିନେତା ସ୍ୱର୍ଗତ ‘କିଶୋର କୁମାର’ଙ୍କ ପରିବାର ଲୋକଙ୍କଠାରୁ ବିରାଟ୍ ଏହି ‘ଗୌରିକୁଞ୍ଜ’ ବଙ୍ଗଳାର କିଛି ଅଂଶ ଲିଜ୍‌ରେ ନେଇଛନ୍ତି।

ବିରାଟ କୋହଲିଙ୍କ ଜର୍ସୀ ‘୧୮’ ରୁ ଅନୁପ୍ରାଣିତ ‘ୱାନ୍ ଏଇଟ୍ କମ୍ୟୁନ୍’। ବିରାଟଙ୍କ ଏହି ଚେନ୍ ଅଧିନରେ ‘ଦିଲ୍ଲୀ’ ବ୍ୟତୀତ ‘କୋଲକାତା’ ଓ ‘ପୁଣେ’ରେ ରେଷ୍ଟୋ-ବାର ରହିଛି। ଏବେ ଏହି ‘ୱାନ୍ ଏଇଟ୍’ ଚେନ୍‌ରେ ଇନ୍‌ଷ୍ଟାଗ୍ରାମ୍ ବାୟୋରେ ଜଣାପଡିଛି ଯେ ଖୁବ୍‌ଶୀଘ୍ର ‘ମୁମ୍ବାଇ’ର ‘ଜୁହୁ’ରେ ଏହାର ଆଉ ଏକ ରେଷ୍ଟୁରାଣ୍ଟ ହେବାକୁଯାଉଛି।

ବିରାଟ କୋହଲିଙ୍କ ଲିଜ୍ ୫ ବର୍ଷ ପାଇଁ ରହିଛି। ଏବଂ ଖୁବଶୀଘ୍ର ଏହାର ଓପେନିଙ୍ଗ୍ ହେଉଛି। ସଙ୍ଗୀତକାର ‘କିଶୋର ଦା’ଙ୍କ ଅନେକ ସ୍ମୃତି ରହିଛି ଏହି ବଙ୍ଗଳାରେ। ‘କିଶୋର ଦା’ ଥରେ ଏକ ଇଣ୍ଟରଭ୍ୟୁୟରଙ୍କୁ କହିଥିଲେ ଯେ ସେ ‘ଗୌରିକୁଞ୍ଜ’ରେ ଅନେକ ଗଛକୁ ନାଁ ମଧ୍ୟ ଦେଇଛନ୍ତି। ସେହି ବଙ୍ଗଳାରେ ବର୍ତ୍ତମାନ ତାଙ୍କ ପୁଅ ତଥା ସିଙ୍ଗର୍ ‘ଅମିତ କୁମାର’ ପରିବାରର ଅନ୍ୟ ସଦସ୍ୟଙ୍କ ସାଙ୍ଗେ ରହୁଛନ୍ତି।

ପୂର୍ବରୁ ମଧ୍ୟ ବିରାଟଙ୍କର ରେଷ୍ଟୁରାଣ୍ଟ୍ ବ୍ୟତୀତ ପୋଷାକ, ସୁଜ୍ ତଥା ଫ୍ରାଗ୍ରାନ୍ସ ଆଦି ବିଜ୍‌ନେସ୍ ପ୍ରତି ରୁଚିଥିବାର ଦେଖିବାକୁ ମିଳିଛି। ଯାହାପାଇଁ ସେ ଏକ କ୍ଲୋଥିଙ୍ଗ୍ ଓ ଆସେସୋରିଜ୍ ବ୍ରାଣ୍ଡ୍ ‘ରୋନ୍’ରେ ମଧ୍ୟ ଇନ୍‌ଭେଷ୍ଟ କରିଛନ୍ତି।

ବିରାଟ ଏବେ ଭାରତୀୟ କ୍ରିକେଟର ୟୁଏଇ ଏସିଆ କପ୍ ଦଳରେ ସାମିଲ ଅଛନ୍ତି। ଦୀର୍ଘ ଦିନରୁ ଫ୍ୟାନ୍ସ ତାଙ୍କ ଜୋରଦାର୍ ପ୍ରଦର୍ଶନ ଦେଖିବାରୁ ବଞ୍ଚିତ ଅଛନ୍ତି। ତେଣୁ ବିରାଟ ଫର୍ମକୁ ଆସି ତାଙ୍କ ଦମଦାର୍ ପର୍ଫୋମୋର୍ ଅବତାରକୁ ଓଲ୍ହାଇବେ ବୋଲି ସମସ୍ତେ ଆଶାବାଦୀ ।

Related Posts