ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଲିଛି ପଦ୍ମପୁର ଭୋଟ ଗଣତି । ଟ୍ରେଣ୍ଡରେ ବିଜେପିକୁ ପଛରେ ପକାଇ ବିରାଟ ବିଜୟ ମୁହାଁ ବିଜୁ ଜନତା ଦଳ। ବର୍ତ୍ତମାନ ସୁଦ୍ଧା ୧୮ ରାଉଣ୍ଡର ଭୋଟ ଗଣତି ଶେଷ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରୁହା ଆଗରେ ଅଛନ୍ତି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପଛରେ ଚାଲିଛନ୍ତି ।
୧୮ ତମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୯୪,୭୫୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୬୨,୧୯୦ ଖଣ୍ଡ ଭୋଟ ପାଇଛନ୍ତି ।ସେହିପରି କଂଗ୍ରେସ ପ୍ରାର୍ଥୀ ୨୯୩୭ ଖଣ୍ଡ ଭୋଟ ପାଇଛନ୍ତି । ୧୮ ତମ ରାଉଣ୍ଡ ସୁଦ୍ଧା ବିଜେଡି ୩୨,୫୬୭ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ରହିଛି।
ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ସମେତ ୧୦ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ମୋଟ ୧୪ଟି ଟେବୁଲ୍ରେ ୨୩ ରାଉଣ୍ଡ ଗଣନା ପରେ ଫଳାପଳା ଘୋଷଣା କରାଯିବ । ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି ।
