ଚାଲିଛି ଭୋଟ୍ ଗଣତି: ବିରୋଧୀଙ୍କୁ ପଛରେ ପକାଇ ମାଡି ଚାଲିଛି ବିଜେଡି

୨୦୨୨ ପଞ୍ଚାୟତ ଲଢେଇ ଶେଷ ହୋଇଛି | ଆଉ ଆଜିଠୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି |ଭୋଟ ବାକ୍ସରୁ ଖୋଲୁଛି ପ୍ରାର୍ଥୀଙ୍କ ଭବିଷ୍ୟତ | କାହାର ଭାଗ୍ୟ ଚମକିତ ଆଉ କାହାର ମଳିନ ପଡିବ ସେହି ଆଶଙ୍କାରେ ରହିଛନ୍ତି ପ୍ରାର୍ଥୀ | ହୃଦୟର ସ୍ପନ୍ଦନ ବଢୁଥିବା ବେଳେ, ପୂର୍ବ ଭଳି ନିଜ ସ୍ଥାନ କବ୍ଜା କରିବାରେ ଲାଗିଛି ବିଜେଡି | ବିରୋଧୀଙ୍କୁ ପଛରେ ପକାଇ ଆଗେଇ ଚାଲିଛି ବିଜେଡି | ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଭୋଟ୍ ଗଣତି । ତେବେ ସକାଳ ୧୦ଟା ୩୫ ସୁଦ୍ଧା ମୋଟ୍ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ବିଜେଡି ୧୪୩ ଜୋନରେ ଆଗୁଆ ରହିଛି, ୨୨ଟି ଜୋନରେ ବିଜେପି ଓ ୮ଟି ଜୋନରେ କଂଗ୍ରେସ ରହିଥିବାବେଳେ ୩ଟି ଜୋନରେ ଅନ୍ୟାନ୍ୟ ପ୍ରାର୍ଥୀ ଆଗରେ ରହିଛନ୍ତି ।

ତେବେ ପ୍ରାରମ୍ଭିକ ଟ୍ରେଣ୍ଡ୍ ବିଜେଡି ଶିବିରରେ ଖୁସି ଭରିଥିବାବେଳେ ଆଗକୁ ଆହୁରି ଟ୍ରେଣ୍ଡ୍ ଆସିବ । ତେଣୁ ବିରୋଧୀ ବିଜେପି ଓ କଂଗ୍ରେସ ଉଭୟ ଏ ଟ୍ରେଣ୍ଡକୁ ଏତେ ଗୁରୁତ୍ୱ ଦେଉନଥିବା ଦମ୍ଭୋକ୍ତି ବାଢୁଛନ୍ତି ।

Related Posts