ଖସୁଛି ସଂକ୍ରମଣ, ଖସୁଛି ମୃତ୍ୟୁ ସଂଖ୍ୟା: ୨୮ ତାରିଖରୁ ବନ୍ଦ ହେବ ସମସ୍ତ କୋଭିଡ୍‌ କେୟାର ସେଣ୍ଟର: ବିଏମସି

ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗୁଛି | ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗୁଛି | ସେପଟେ କମୁଥିବା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟାକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି ) ପକ୍ଷରୁ ଏକ ବଡ ନିଷ୍ପତି ନିଆଯାଇଛି | ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ବନ୍ଦ କରିବା ପାଇଁ ନିଷ୍ପତି ନେଇଯାଇଛି । କୋଭିଡ୍‌ ସ୍ଥିତିରେ ସୁଧୁରୁଥିବାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏପରି ପଦକ୍ଷେପ ନେଇଛି।

ହାଇଟେକ ଓ କିମ୍‌ସ ମେଡିକାଲ୍‌କୁ କ୍ଲୋଜର ନୋଟିସ୍‌ ଦେଇଛି ବିଏମ୍‌ସି। ସମ୍‌ ଓ ଅଶ୍ୱିନୀରେ ବେଡ୍‌ ସଂଖ୍ୟା ହ୍ରାସ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ସମ୍‌ ହସ୍ପିଟାଲରେ ୭୦ ଓ ଅଶ୍ୱିନୀରେ ୩୦ କୋଭିଡ୍ ଶଯ୍ୟା ରହିବ। ଧୀରେ ଧୀରରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ କୋଭିଡ୍‌ କେୟାର ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି।

ସୂଚନାଯୋଗ୍ୟ ଆଜି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୯୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୬୧୬ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୬ ଜଣ ରହିଛନ୍ତି ।

Related Posts