ଗାନ୍ଧୀନଗର: ଗୁଜୁରାଟର ରାଜକୋଟରେ ନବରାତ୍ରୀ ଉତ୍ସବ ସମୟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ପାଣି ବୋତଲ ମାଡ ହୋଇଛି । କେଜ୍ରିଓ୍ବାଲଙ୍କ ଉପରେ ବୋତଲଟି ମାଡ ହୋଇନଥିବା ବେଳେ ମୁଣ୍ଡର ଖୁବ ନିକଟରେ ଯାଇଥିଲା । ଭିଡ ଭିତରୁ କେହି ଜଣେ ବ୍ୟକ୍ତି ଏହାକୁ ଫିଙ୍ଗିଥିଲେ ସୁଦ୍ଧା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ କେଜ୍ରିଓ୍ବାଲଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ମଧ୍ୟ ଗୁଜୁରାଟ ଗସ୍ତରେ ଅଛନ୍ତି । ଏପରି ଘଟଣା ପରେ କେଜ୍ରିଓ୍ବାଲଙ୍କ ରାସଉତ୍ସବରେ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ମଧ୍ୟ ସୂଚନା ମିଳିଛି ।
