‘ଉପନିର୍ବାଚନ ପାଇଁ ଆମେ ପ୍ରସ୍ତୁତ, ଧାମନଗର ଆମର ଥିଲା ଆମର ରହିବ’: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜିଛି। ଆଜି ନିର୍ବାଚନ କମିଶନ ଏନେଇ ଘୋଷଣା କରିବା ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଯାଇଛି। ଧାମନଗର ଆସନ ପୁଣି ଥରେ ବିଜେପି ହାତକୁ ଯିବ ବୋଲି ଦୃଢୋକ୍ତି ପ୍ରକାଶ ପରିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର । ଏନେଇ ଜୟନାରାୟଣ କହିଛନ୍ତି ଯେ, ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ରହିଛି । ଧାମନଗର ସିଟ ଆମର ଥିଲା ବୁଥ ସ୍ତରରୁ ସେଠାରେ ବିଜେପିର ସଂଗଠନ ମଜବୁତ ଅଛି ଏହି ସିଟ ଆମର ରହିବ । ଧାମନଗର ଲୋକଙ୍କର ବିଷ୍ଣୁ ସେଠୀଙ୍କ ପ୍ରତି ଭଲ ପାଇବା ଯେତିକି ରହିଛି, ବିଜେପି ପ୍ରତି ମଧ୍ୟ ଭଲ ପାଇବା ସେତିକି ରହିଛି । ସେଇଟା ହିଁ ବଜାୟର କାରଣ ହେବ ବୋଲି ଜୟନାରାୟଣ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ ବି ଆମେ ଖେଳିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଧାମନଗରର ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନଟି ଖାଲି ପଡ଼ିଛି। ଏହି ଆସନରେ ଉପନିର୍ବାଚନ ହେବ ଓ ଏନେଇ ନଭେମ୍ବର ୩ରେ ଭୋଟ ପଡ଼ିବ ବୋଲି ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଅକ୍ଟୋବର ୭ରେ ଏନେଇ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହିତ ଅକ୍ଟୋବର ୧୪ରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି । ୧୫ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୭ରେ ନାମାଙ୍କନ ପ୍ରତ୍ୟାହାର ପାଇଁ ତାରଖ ରହିଛି । ନଭେମ୍ବର ୩ରେ ଭୋଟ ଗ୍ରହଣ ଓ ନଭେମ୍ବର ୬ରେ ହେବ ଭୋଟ ଗଣତି ହେବ ବୋଲି ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ଉପନିର୍ବାଚନ ପାଇଁ ଜାରି ହୋଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

Related Posts