ଆମକୁ ମାଗଣା ବିଦ୍ୟୁତର ଆବଶ୍ୟକ ନାହିଁ; ଟଙ୍କା ଦେବୁ ପଛେ ଆମକୁ ୨୪ ଘଣ୍ଟା ବିଦ୍ୟୁତ ଦିଅ: ଦିଲ୍ଲୀବାସୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଫେଲ ମାରିବାରେ ଲାଗିଛି କେଜ୍ରିୱାଲଙ୍କ ଦିଲ୍ଲୀ ମଡେଲ । ଗୋଟିଏ ପଟେ ନିଜ ମଡେଲ ପାଇଁ ସମଗ୍ର ଦେଶରେ ଛାତି ପିଟୁଥିବାବେଳେ ଆଉ ଗୋଟିଏ ପଟେ ତାଙ୍କ ମଡେଲରେ ଅସନ୍ତୁଷ୍ଟ ହୋଇଗଲେଣି ଦିଲ୍ଲୀବାସୀ । ଏପରିକି ସେ ତାଙ୍କ ମଡେଲକୁ ଫେରାଇ ନିଅନ୍ତୁ । ଦିଲ୍ଲୀରେ ଏପରି ମଡେଲର କୌଣସି ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀବାସୀ କହୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଦିଲ୍ଲୀରେ ଘନ ଘନ ବିଦୁ୍ୟତ କାଟକୁ ନେଇ ସାଧାରଣ ଜନତା ଅତିଷ୍ଠ ହୋଇ ଉଠିଛନ୍ତି । ତେବେ ବିଜୁଳି କାଟକୁ ନେଇ ଅତିଷ୍ଠ ହୋଇ ଜଣେ ଦିଲ୍ଲୀବାସୀ କହିଛନ୍ତି ଯେ, ଆମକୁ ମଗଣା ଲାପଟପ ନୁହେଁ ୨୪ ଘଣ୍ଟିଆ ବିଦ୍ୟୁତ୍ ଯୋଗାଣ ଦରକାର। ତାଙ୍କ କହିବା ମୁତାବକ, ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ କହି ଦିଲ୍ଲୀ ସରକାର ପ୍ରଶଂସା ସାଉଁଟୁଛନ୍ତି। ହେଲେ ସତ କଥା ହେଲା ଅଧାଦିନ ବିଜୁଳି କାଟ ହେଉଛି ଏବଂ ୫୦ ୟୁନିଟ୍ ବିଦ୍ୟୁତ୍ ବି ଖର୍ଚ୍ଚ ହେଉ ନାହିଁ। ଆମେ ମାଗଣା ଲାପଟପ୍ ଚାହୁଁନାହୁଁ। ଆମକୁ ମାଗଣା ବିଦ୍ୟୁତ୍ ଦରକାର ନାହିଁ।

ଆମେ ଟଙ୍କା ଦେବକୁ। ଏହା ବଦଳରେ ଆମକୁ ୨୪ ଘଣ୍ଟା ବିଦ୍ୟୁତ୍ ଦରକାର। ଗୋଟିଏ ପଟେ ଆମ୍ ଆଦମୀ ପାର୍ଟି ବିଭିନ୍ନ ରାଜ୍ୟରେ ଦିଲ୍ଲୀ ମଡେଲ ବିଷୟରେ ଚର୍ଚ୍ଚା କରି ବାହାଦୁରୀ ମାରୁଥିବା ବେଳେ ବିଜୁଳି କାଟ ପାଇଁ ଆମେ ମୁଣ୍ଡ ପିଟୁଛୁ। ଭାଟି ମାଇନ୍ସ ଏବଂ ଫତେହପୁର ବେରୀ ବ୍ୟତୀତ ଦକ୍ଷିଣ ଦିଲ୍ଲୀ ବିଷୟରେ କହିବାକୁ ଗଲେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ପ୍ରତିଦିନ ଘଣ୍ଟା ଘଣ୍ଟା ବିଜୁଳି କାଟ ହେଊଛି। ଏଭଳି ପରିସ୍ଥିତିରେ ଘରେ କିମ୍ବା ଅଫିସରେ କାର୍ୟ୍ୟ କରିବା ସମ୍ଭବ ହେଉନାହିଁ। ଏହି ସମୟରେ ଗୁରୁଗ୍ରାମରେ ଦିନକୁ ପ୍ରାୟ ୧୦ ଘଣ୍ଟା ପାଇଁ ବିଜୁଳି କାଟ ହେଉଥିବା ରିପୋର୍ଟ କରାଯାଉଛି। ଏହି କାରଣରୁ ଏହି ଅଞ୍ଚଳର ଥିବା ଶିଳ୍ପଗୁଡିକ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts