” ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମୂଖ୍ୟମନ୍ତ୍ରୀ କିଏ ହେବ ତାହାର ନିଷ୍ପତି ଆମେ ନେବୁ ” – ଶିବସେନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମହାରାଷ୍ଟ୍ରର ମହା ବିକାଶ ଅଘାଡୀ ସରକାରରେ ଅଲ୍ ଇଜ୍ ୱେଲ୍ ଦେଖାଇବାକୁ ବରିଷ୍ଠ ନେତାଙ୍କ ଦ୍ବାରା ତମାମ ପ୍ରୟାସ କରାଯାଉଥିଲେ ମଧ୍ୟ ଗ୍ରାଉଣ୍ଡ ସ୍ଥିତି କିଛି ଭିନ୍ନ । ରବିବାର ଦିନ ପୁଣି ଥରେ ଏହି ଗଠବନ୍ଧନ ସରକାରର ଦୁଇ ପ୍ରମୁଖ ଦଳ , ଶିବସେନା ଏବଂ ଏନସିପି ମୁହାଁମୁହିଁ ହୋଇଛନ୍ତି। ଶିରୁରରୁ ଏନସିପି ସାଂସଦ ଆମୋଲ କୋଲହେ କହିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆଶୀର୍ବାଦରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଚେୟାର ମିଳିଥିଲା। ତାଙ୍କର ଏହି ବୟାନ ଆସିବା ମାତ୍ରେ ଶିବସେନା ପକ୍ଷରୁ ଏନସିପିକୁ କଡା ଜବାବ ଦିଆଯାଇଥିଲା। ଶିବସେନାର ପୂର୍ବତନ ସାଂସଦ ଶିବାଜିରାଓ ଅଦାଲ୍ରାଓ ପାଟିଲ ଏନସିପି ସଙ୍ଗେ ସଙ୍ଗେ କଂଗ୍ରେସକୁ ମଧ୍ୟ ଚେତାବନୀ ଦେଇଛନ୍ତି। 

 ରବିବାର ଦିନ ଶିବାଜିରାଓ ପାଟିଲ କହିଛନ୍ତି ଯେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ ଆସନ୍ତା ୨୫ ବର୍ଷ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ଶିବସେନା ନେବ ବୋଲି ସେ କହିଛନ୍ତି।  ଏହା ପରେ ଏନସିପି ନେତାଙ୍କ ତେବର ଥଣ୍ଡା ପଡିଥିଲା।  ଏ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ ସିଏମ୍ ଉଦ୍ଧବ ଠାକରେଙ୍କ ପ୍ରତି ତାଙ୍କର ସମ୍ପୂର୍ଣ୍ଣ ସମ୍ମାନ ଅଛି ଏବଂ ତାଙ୍କ ସହ ଭଲ ସମ୍ପର୍କ ମଧ୍ୟ ଅଛି। ତାଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ମୋର କଥାକୁ ଭୁଲ ବୁଝାଯାଇଛି।

  କୋଲହେ କହିଛନ୍ତି, ‘ମୋ କଥା ଭୁଲ ଭାବରେ ନିଆଯାଇଛି।  ମୁଁ କହିଥିଲି ଯେ ସିଏମ୍ ଉଦ୍ଧବ ଠାକରେଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି।  ଯଦି କାହାର ସନ୍ଦେହ ଅଛି, ସେ ଲୋକସଭାରେ ମୋର ଭାଷଣ ଦେଖିପାରିବେ । ଏହା ଦୁର୍ଭାଗ୍ୟଜନକ ଯେ ଶିବସେନା ମୋତେ ଏବଂ ଦଳକୁ ସିଏମ୍ ନାମରେ ସମାଲୋଚନା କରୁଛନ୍ତି।  ମୁଁ କହିଥିଲି ଯେ ଯଦି ସେ ଏହା କରନ୍ତି ଏବଂ ତା’ପରେ ସିଏମ୍ ପଛରେ ଲୁଚି ଯାଆନ୍ତି, ତେବେ ସେ ମନେ ରଖିବା ଉଚିତ୍ ଯେ ଉଦ୍ଧବ ଠାକରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି।  କୋଲହେ କହିଛନ୍ତି ଯେ ମୋର ଏହି ବିବୃତ୍ତିକୁ ସଠିକ୍ ଦୃଷ୍ଟିକୋଣରେ ବୁଝିବା ଉଚିତ ଏବଂ ସେ କାହିଁକି ଏପରି କହିଛନ୍ତି ତାହା ଜାଣିବା ଆବଶ୍ୟକ।

 ସିଏମ୍ ସହିତ ତାଙ୍କର ସମ୍ପର୍କକୁ ମନେ ପକାଇ କୋଲହେ କହିଛନ୍ତି ଯେ ମୁଁ ସର୍ବଦା ସଂସଦରେ ମହାରାଷ୍ଟ୍ର ସହ ଜଡିତ ପ୍ରସଙ୍ଗ ଉଠାଇଛି ଏବଂ ସିଏମ୍ ନିଜେ ମଧ୍ୟ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହା ପରେ ଶିବାଜିରାଓ ପାଟିଲ କହିଛନ୍ତି ଯେ ବର୍ତ୍ତମାନ ଶରଦ ପାୱାରଙ୍କ ନିର୍ଦ୍ଦେଶ ପରେ କୋଲହେ ପଛଘୁଞ୍ଚା ଦେଇଛନ୍ତି।

Related Posts