ବଲିଉଡରେ ବିବାହ ଋତୁ: ଏବେ ବିବାହ କରିବେ ଏହି ଦୁଇ କଳାକାର, ଜାଣନ୍ତୁ କିଏ ?

ମୁମ୍ବାଇ: ବର୍ତ୍ତମାନ ଛୋଟ ପରଦା ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଏବେ ଅନେକ କଳାକାର ବିବାହ କରୁଛନ୍ତି | ଯାହାକୁ ନେଇ ବେଶ ସରଗରମ ରହିଛି ଉତ୍ସବ ର ମାହୋଲ | ନିକଟରେ ବଲିଉଡ ର ବେଶ ଚର୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ, ଏବେ ଆଉ ଏକ ଚର୍ଚିତ ଯୋଡ଼ିଙ୍କ ବିବାହକୁ ନେଇ ଖବର ସାମ୍ନାକୁ ଆସିଛି | ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲଙ୍କ ବିବାହ ଖବର ସାମ୍ନାକୁ ଆସୁଛି।

ଯେ ଉଭୟଙ୍କର ଖୁବ୍‌ ଶୀଘ୍ର ହାତ ଗଣ୍ଠି ପଡିପାରେ । ବର୍ତ୍ତମାନ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ ଦମ୍ପତିଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ ଦାବି କରାଯାଇଛି। ଆଥିଆ ଏବଂ କେ.ଏଲ୍ ରାହୁଲ ତିନି ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରି ଆସୁଛନ୍ତି । ପିଙ୍କଭିଲାଙ୍କ ରିପୋର୍ଟରେ କୁହାଯାଉଛି କି ଆଥିଆ ଏବଂ ରାହୁଲଙ୍କ ବିବାହ ଚଳିତ ବର୍ଷର ‘ବିଗ୍ ଫ୍ୟାଟ୍ ବଲିଉଡ୍ ବିବାହ’ ହେବାକୁ ଯାଉଛି। ଦୁହେଁ ୨୦୨୨ ଶେଷ ତଥା ଶୀତ ଦିନରେ ରେ ବିବାହ କରିବେ ।

ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ତଥା ଅଭିନେତ୍ରୀ ଆଥିଆ ସେଟ୍ଟି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଭାରତୀୟ ଟିମ୍‌ର ଖେଳାଳୀ କେ.ଏଲ. ରାହୁଲ ଓ ଆଥିଆ ସେଟ୍ଟୀଙ୍ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି । ଦୁହିଁଙ୍କ ସମ୍ପର୍କ ବିଷୟରେ କାହାକୁ ବା ଅଛପା। ଯେଉଁଠି ଦେଖିବ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ, ପରସ୍ପର ଏକାଠି ଖୋଲା ଖୋଲି ଭାବେ ଫଟୋ ସେୟାର କରୁଛନ୍ତି ।

Related Posts