ବିଶିଷ୍ଠ ଗଜଲ୍ ଗାୟକ ଭୂପିନ୍ଦର ସିଂହଙ୍କ ୮୨ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଲିଉଡ୍ ଫିଲ୍ମ ଜଗତ ର ଜଣାଶୁଣା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। କିନ୍ତୁ କିଛି ଦିନ ପୂର୍ବରୁ ସେ କରୋନାର ଶିକାର ହୋଇ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଅଲ ଇଣ୍ଡିଆ ରେଡିଓରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଭୁପିନ୍ଦର ସିଂ ପରେ ଦୁରଦର୍ଶନରେ ମଧ୍ୟ କାମ କରିଛନ୍ତି। ଭୁପିନ୍ଦର ସିଂ ବଲିଉଡରେ ତାଙ୍କର ଅନେକ ପ୍ରସିଦ୍ଧ ଗୀତ ପାଇଁ ସାରା ଦେଶରେ ପରିଚିତ ହୋଇଥିଲେ। ସେ ‘ମୌସମ’, ‘ସତ୍ତେ ପେ ସତ୍ତା’, ‘ଅହିସ୍ତା ଅହିସ୍ତା’, ‘ଦୁରିୟାଁ’, ‘ହକିକତ’ ଭଳି ସୁପରହିଟ୍‌ ଫିଲ୍ମର ଗୀତରେ ନିଜର ସ୍ବର ଦେଇଥିଲେ। ସେ ଜଣେ ପ୍ରସିଦ୍ଧ ଭାରତୀୟ ସଂଗୀତଜ୍ଞ ଏବଂ ସେ ମୁଖ୍ୟତଃ ଜଣେ ଗଜଲ ଗାୟକ ଥିଲେ। ଭୁପେନ୍ଦ୍ର ସିଂ ୬ ଫେବୃଆରୀ ୧୯୪୦ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ପ୍ରଫେସର ନାଥା ସିଂ ମଧ୍ୟ ଜଣେ ମହାନ ସଂଗୀତଜ୍ଞ ଥିଲେ।

Related Posts