ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ 5T ସଚିବ: ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର କଲେ ତଦାରଖ

ପୁରୀ : ପୁରୀରେ 5T ସଚିବ ଭି. କେ ପାଣ୍ଡିଆନ୍ । ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏଥିସହ ତାଙ୍କ ଆଶିଷ ଲାଭ କରିଛନ୍ତି 5T ସଚିବ । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ।

ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନତି ମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରମୁଖ ପ୍ରକଳ୍ପ ହୋଇଥିବା ବେଳେ, କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି 5T ସଚିବ । ଜାରି ରହିଥିବା ଡ୍ରେନ ଓ ରାସ୍ତା ଆଦିର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରି ଭୁବନେଶ୍ବର ଫେରିଛନ୍ତି 5T ସଚିବ ।

Related Posts