ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ମୁର୍ଶିଦାବାଦରେ ମତଦାନ ସମୟରେ ମାରପିଟ୍, ପାର୍ଟି ମୁଖ୍ୟଙ୍କୁ ଭିଡିନେଲେ ଉତ୍ତ୍ୟକ୍ତ ଲୋକେ। ତେବେ ହୁମାୟୁନ୍ କବୀର ପୋଲିଂ ବୁଥ୍ରେ ପହଞ୍ଚିବା ପରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ତାଙ୍କୁ ଟିଏମସି ସମର୍ଥକମାନେ ଘେରି ରହିଥିଲେ। ଫଳରେ ଠେଲାପେଲି ଏବଂ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ହୁମାୟୁନ୍ କବୀର ବୋମା ବିସ୍ଫୋରଣ ସ୍ଥାନରେ ପହଞ୍ଚିଥିଲେ। ସେ ସାଧାରଣ ଲୋକଙ୍କ କ୍ରୋଧର ସମ୍ମୁଖୀନ ହୋଇଥିଲେ। ତଥାପି, ସୁରକ୍ଷା ବାହିନୀ ତାଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବରେ ନେଇଯାଇଥିଲେ। ସେପଟେ ଏଏସ୍ ପି ମାଜିଦ୍ ଖାନ କହିଛନ୍ତି, “ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି। କୌଣସି ସ୍ଥାନରେ କିଛି ଘଟିନାହିଁ…”। ଏୟୁଜେପି ମୁଖ୍ୟ ହୁମାୟୁନ୍ କବୀର କହିଛନ୍ତି ଯେ ସେ ତାଙ୍କ ଦଳୀୟ କର୍ମୀଙ୍କୁ ଶାନ୍ତ ରହିବାକୁ ନିବେଦନ କରିଛନ୍ତି। କାହାକୁ ମାରିବା, ଭୟଭୀତ କରିବା କିମ୍ବା ଧମକ ଦେବା ତାଙ୍କର ଉଦ୍ଦେଶ୍ୟ ନୁହେଁ ବୋଲି ସେ କହିଛନ୍ତି।
