ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): NEET ପରୀକ୍ଷା ପାଇଁ ପଶ୍ଚିମ ରେଳବାଇର ବଡ ପଦକ୍ଷେପ। ପରୀକ୍ଷା ଦିନ ବିନା ବାଧାରେ ଚାଲିବ ଟ୍ରେନ୍ । ତେବେ ଗଣମାଧ୍ୟମକୁ ପଶ୍ଚିମ ରେଳବାଇ ସୂଚନା ଦେଇଛି ଯେ ରବିବାର ହେବାକୁ ଥିବା ଏନଇଇଟି ୟୁଜି ପରୀକ୍ଷାକୁ ଦୃଷ୍ଟିରେ ରଖି କୌଣସି ‘ମେଗା ବ୍ଲକ’ ହେବ ନାହିଁ। ସେବା ସମୟସୂଚୀ ଅନୁଯାୟୀ ଚାଲିବ। ସେବା ଗୋଟିଏ ମିନିଟ୍ ମଧ୍ୟ ବିଳମ୍ବ ହେବ ନାହିଁ।ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ପ୍ରାୟ ୩୫୦,୦୦୦ ପ୍ରାର୍ଥୀ ଏନଇଇଟି ପରୀକ୍ଷା ଦେଉଛନ୍ତି, ଯାହା ୨୧ ଜୁନ୍ରେ ରାଜ୍ୟର ୫୯ ଜିଲ୍ଲାରେ ଅନୁଷ୍ଠିତ ହେବ।
ସେ ନିର୍ଦ୍ଦେଶ ଦେଇଛନ୍ତି, ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କର ପ୍ରବେଶ ପତ୍ର ଦେଖାଇବା ପରେ ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ ବସ୍ରେ ୫୦ ପ୍ରତିଶତ ରିହାତି ପାଇବେ। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ,ଯେଉଁ ପ୍ରାର୍ଥୀମାନେ ପରୀକ୍ଷା ଦେବାକୁ ଅନ୍ୟ ଜିଲ୍ଲାକୁ ଯାଉଛନ୍ତି ଏବଂ ସେମାନଙ୍କ ପାଇଁ ରହିବା ସମସ୍ୟା ରହିଛି ସେମାନଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ସୁବିଧା ଉପଲବ୍ଧ କରାଯିବ ବୋଲି କହିଛନ୍ତି ।
