ଯାହା କହିଥିଲେ ତାହା କଲେ: ଓଭର ଚାର୍ଜି° ପାଇଁ ହସ୍ପିଟାଲର ଲାଇସେନ୍ସ ରଦ୍ଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ବିତୀୟ ଲହରରେ ସବୁ ରାଜ୍ୟରେ ସ୍ଥିତି ପ୍ରାୟ ଅସମ୍ଭାଳ। କେଉଁଠି ବେଡ୍ ର ଅଭାବ ତ ପୁଣି କେଉଁଠି ଅକ୍ସିଜେନ। ଏଭଳି ସଙ୍କଟ ସମୟରେ ଘରୋଇ ଡାକ୍ତରଖାନା ଗୁଡିକ କରୋନା ରୋଗୀଙ୍କୁ ଠାରୁ ମୋଟା ଅଙ୍କର ଟଙ୍କା ଚାର୍ଜ କରି ଜୀବନ ସହ ଖେଳୁଛନ୍ତି।  ଆଉ ଏହାକୁ ନେଇ ଏବେ ରାଜ୍ୟ ସରକାର ମାନେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କୋଭିଡ୍ ରୋଗୀଙ୍କ ଠାରୁ ଅଧିକ ଟଙ୍କା ଚାର୍ଜ କରୁଥିବା ଅଭିଯୋଗ ରେ ହାଇଦ୍ରାବାଦର ଏକ ଡାକ୍ତରଖାନାର ଲାଇସେନ୍ସ ରଦ୍ଦ କରିଛନ୍ତି ସରକାର। ଏହି ବ୍ୟତୀତ ଅନ୍ୟ ୩ ଟି ଡାକ୍ତରଖାନାକୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି କରାଯାଇଛି। ମହାମାରୀ ସମୟରେ ଘରୋଇ ହସ୍ପିଟାଲ ଗୁଡିକ ରୋଗୀଙ୍କୁ ଅଧିକ ଟଙ୍କା ଚାର୍ଜ କରୁଥିବା ନେଇ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର  ଜନସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ଜି ଶ୍ରୀନିବାସ ରାଓ ଘରୋଇ ଡାକ୍ତରଖାନା ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି। ଡକ୍ଟର  ରାଓ କହିଛନ୍ତି ଯେ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି ହ୍ବାଟସ୍ଆପ୍ ନମ୍ବରରେ ପ୍ରଶାସନ ଏବେ ସୁଦ୍ଧା ୨୬ ଟି ଅଭିଯୋଗ ଗ୍ରହଣ କରିଛନ୍ତି। ଏହି ଅଭିଯୋଗ ଗୁଡିକ ସାଧାରଣତଃ  ଘରୋଇ ଡାକ୍ତରଖାନା ବିରୁଦ୍ଧରେ । ପ୍ରାଇଭେଟ୍ ହସ୍ପିଟାଲ ଗୁଡିକ ରୋଗୀଙ୍କୁ ଅଧିକ ଟଙ୍କା ଚାର୍ଜ କରୁଥିବା ନେଇ ଅଭିଯୋଗ ଆସିଥିଲା। ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପ୍ରଶାସନ “ ସିକନ୍ଦରାବାଦ , ନାଗୋଲ ଏବଂ ବଶେରବାଗସ୍ଥିତ ତିନୋଟି ଡାକ୍ତରଖାନାକୁ ଅତିରିକ୍ତ ବିଲିଂ ଏବଂ ଓଭରଚାର୍ଜ ପାଇଁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି।  ଏହା ବ୍ୟତୀତ ମାଧାପୁର HITEC ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯାଇଛି ବୋଲି ଡକ୍ଟର ରାଓ କହିଛନ୍ତି। ଏହା ସହ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ଯେ , ଚିକିତ୍ସା ପାଇଁ ଡାକ୍ତରଖାନା ଆସୁଥିବା କରୋନା ରୋଗୀଙ୍କ ଆର୍ଥିକ ପୃଷ୍ଠଭୂମି ପ୍ରତି କର୍ତୃପକ୍ଷ ଧ୍ୟାନ ଦେବା ଆବଶ୍ୟକ। ଅତିରିକ୍ତ ବିଲିଂ ଏବଂ ଓଭରଚାର୍ଜ କରୁଥିବା ହସ୍ପିଟାଲ ବିରୋଧରେ ଅଭିଯୋଗ ଦାଖଲ ପାଇଁ ସରକାର 9154170960 ନମ୍ବର ଜାରି କରିଛନ୍ତି।  ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କୁ ନେଇ ଡାକ୍ତରୀ ଶିକ୍ଷା ନିର୍ଦ୍ଦେଶକ ଡକ୍ଟର ରମେଶ ରେଡ୍ଡୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାରୀ ଡାକ୍ତରଖାନାଗୁଡ଼ିକରେ ୫୦ ଜଣ ‘ବ୍ଲାକ୍ ଫଙ୍ଗସ୍’ ରୋଗୀ ଏବଂ ପ୍ରାୟ ୩୦-୪୦ ଜଣ ରୋଗୀ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Related Posts