ରାଜ୍ୟସଭା କାର୍ଯ୍ୟକାଳ ସରୁଥିବା ବହୁ ବିଜେପି ସାଂସଦ ଏବେ କଣ କରିବେ?

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ): ୨୦୨୪ ରେ ରାଜ୍ୟସଭାରେ ଥିବା ବହୁ ବିଜେପି ସାଂସଦଙ୍କର କାର୍ଯ୍ୟକାଳ ଶେଷ ହେଉଛି। କାର୍ଯ୍ୟକାଳ ସାରୁଥିବା ସାଂସଦଙ୍କ ମାନଙ୍କ ମଧ୍ୟରେ ବହୁ ପ୍ରଭାବଶାଳୀ ନେତା ତଥା କିଛି କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ରହିଛନ୍ତି। ଯେଉଁମାନେ ୨- ୩ଥର ରାଜ୍ୟସଭାକୁ ମନୋନୀତ ହୋଇସାରିଲେଣି। ତେବେ ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ନେତା ମାନକୁ ଦଳ ପୁଣିଥରେ ରାଜ୍ୟସଭାକୁ ପଠାଇନପାରେ।

2024 ରେ କେଉଁ ନେତାମାନଙ୍କର କାର୍ଯ୍ୟକାଳ ସରୁଛି ?

ଏପ୍ରିଲ ୨୦୨୪ ରେ କାର୍ଯ୍ୟକାଳ ସାରୁଥିବା ନେତା ମାନଙ୍କ ମଧ୍ୟରେ ବିଜେପି ସଭାପତି ଜେପି ନଡାଙ୍କ ସମେତ ରାଜ୍ୟସଭା ସଦସ୍ୟ ଅନୀଲ ଅଗ୍ରୱାଲ, ଅନିଲ ବାଲୁନି, ଅଶୋକ ବାଜପେୟୀ, ଅନିଲ ଜୈନ, ପ୍ରକାଶ ଜାଭଡେକର, କାନ୍ତ କରଡମ, ସୁଶୀଲ ମୋଦୀ, ସମୀର ଓରୋନ, ସାକଲଦୀପ ରାଜଭାର, ଜିଭିଏଲ ନରସିଂହ ରାଓ, ଅଜୟ ପ୍ରତାପ ସିଂ, ଅଜୟ ପ୍ରତାପ ସିଂ। ସିଂ ତୋମାର, ଡିପି ଭାଟ୍ ଏବଂ ହର୍ଣ୍ଣନାଥ ସିଂ ଯାଦବ ଆଦି ନେତା ମାନେ ଅଛନ୍ତି।

ଏମାନଙ୍କ ବ୍ୟତୀତ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ଓଡ଼ିଶାର ଭୁପେନ୍ଦର ଯାଦବ, ଧର୍ମେନ୍ଦ୍ର ପ୍ରଧାନ, ମାନସୁଖ ମାଣ୍ଡଭିଆ, ଅଶ୍ୱିନୀ ବଷ୍ଣବ, ହାର୍ଦ୍ଦିକ ସିଂ ପୁରୀ, ନାରାୟଣ ରାଣେ ଏବଂ ପୁରୁଷୋତ୍ତମ ରୁପାଲାଙ୍କର ମଧ୍ୟ ରାଜ୍ୟସଭା କାର୍ଯ୍ୟକାଳ ଶେଷହେଉଛି ।

ରାଜ୍ୟସଭା କାର୍ଯ୍ୟକାଳ ସରିବାପରେ ଏହି ନେତାମାନେ କରିବେ କଣ ?

ଯେଉଁ ନେତାମାନଙ୍କର ୨୦୨୪ ରେ କାର୍ଯ୍ୟକାଳ ଶେଷ ହେଉଛି ସେମାନଙ୍କୁ ବିଜେପି ପୁଣି ରାଜ୍ୟସଭାକୁ ନପଠାଇ ସେମାନଙ୍କୁ ଲୋକସଭା ନିର୍ବାଚନରେ ମଇଦାନକୁ ଓଲ୍ହାଇପାରେ। ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ସଂକେତ ଦେଇସାରିଛନ୍ତି। କେନ୍ଦ୍ରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବଷ୍ଣବ, ମାନସୁଖ ମାଣ୍ଡଭିଆ, ପୁରୁଷୋତ୍ତମ ରୁପାଲା ଏହି ନେତାମାନେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଦଳର ଅନ୍ତର୍ମହଲରେ ଚର୍ଚ୍ଚା ହେଉଛି। ଏନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡାଙ୍କ ନେତୃତ୍ୱରେ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିବାର ସୂଚନା ପ୍ରକାଶ ପାଇଛି।

୨୦୨୪ରେ ବିଜେପିର ଯେଉଁ ନେତା ମାନକର ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେଉଛି ସେହି ନେତା ମାନକୁ ବିଜେପି ପୁଣି ରାଜ୍ୟସଭା ପଠାଇବା ବଦଳରେ ଲୋକସଭାକୁ ପଠାଇବାକୁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି।

Related Posts