ଗୋଟିଏ ସୋ ପାଇଁ ୨୦୦ କୋଟି ଟଙ୍କା, ଜାଣନ୍ତୁ କିଏ ସେ ବିଶ୍ବର ସବୁଠୁ ଦାମି ଗାୟୀକା, ଅମ୍ବାନୀଙ୍କ ପାର୍ଟିରେ ସୋ କରିସାରିଛନ୍ତି

ଭୁବନେଶ୍ୱର,୧୦/୨(ସତ୍ୟପାଠ ବ୍ୟୁରୋ):  ଦିନଥିଲା ସଙ୍ଗୀତ ଜଗତରେ ଅର୍ଥର ଅଭାବ ଥିଲା। ଗାୟକ ଓ ଗାୟୀକା ମାନଙ୍କୁ ଉଚିତ୍ ପାରିଶ୍ରମିକ ମିଳୁନଥିଲା। ଲତା ମଙ୍ଗେସକରଙ୍କ ଭଳି ଗାୟୀକା ମାନେ ମଧ୍ୟ ଉଚିତ୍ ପ୍ରାପ୍ୟ ପାଉନଥିଲେ। କିନ୍ତୁ ଏବେ ସମୟ ବଦଳିବା ସହିତ ସଙ୍ଗୀତ ଜଗତରେ କଣ୍ଠଶିଳ୍ପୀ ମଙ୍କର ଚାହିଦା ବଢିବା ସହ ତାଙ୍କର ପାରିଶ୍ରମିକର ପରିମାଣ ମଧ୍ୟ ବହୁଗୁଣୀତ ହୋଇଛି। ସଙ୍ଗୀତ ଜଗତରେ ଏଭଳି ପରିବର୍ତ୍ତନ ହୋଇଛି ଯେ ଗାୟକ ଓ ଗାୟୀକା ମାନେ ଗୋଟିଏ ଶୋ ପାଇଁ  ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମଧ୍ୟ ଦାବି କରୁଛନ୍ତି। ତେବେ ଆସନ୍ତୁ ଜାଣିବା କିଏ ସେହି ଗାୟୀକା ଯିଏ ଗୋଟିଏ ଶୋ ପାଇଁ ୨୦୦ କୋଟି ଟଙ୍କା ଦାବି କରିଛନ୍ତି।

ଜାନୁୟାରୀ ୨୦୨୩ ରେ ବିୟୋନ୍ସ ନୋଲେସ୍ ଗାୟକ ଦୁବାଇର ପାମ ଜୁମିରା ଠାରେ ଆଟଲାଣ୍ଟିସ୍ ଦି ରୟାଲ ଲଗଜୁରି ହୋଟେଲର ଉଦ୍ଘାଟନୀ ଉଚ୍ଛବରେ ଗୋଟିଏ ଶୋ ପାଇଁ  ୨୪ ମିଲିୟନ୍ ଡଲାର୍ (୨୦୦ କୋଟିରୁ ଅଧିକ) ତାଙ୍କ ଦାବି କରିଛନ୍ତି। ଏହି ଉଦ୍ଘାଟନୀ ଉଚ୍ଛବରେ ମଧ୍ୟପ୍ରାଚ୍ୟର ବହୁ ଧନୀ ବ୍ୟକ୍ତି ଯୋଗଦେଇଥିଲେ।

ବିୟୋନ୍ସ ୧୯୮୧ ମସିହାରେ ଟେକ୍ସାସର ଟିନା ନୋଲେଡ ଏବଂ ମାଥ୍ୟୁ ନୋଲେସଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଶ୍ରମିକ ଶ୍ରେଣୀର ଲୋକ ଥିଲେ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ବିୟୋନ୍ସଙ୍କ ସଂଗୀତ ପ୍ରତିଭା ଛୋଟ ବେଳୁ ଦେଖାଦେଇଥିଲା | ୧୮ ବର୍ଷ ବୟସରେ, ସେ ଗର୍ଲ ଟାଇମ ନାମକ ଏକ ଗାଲସ ସୀଙ୍ଗିଙ୍ଗ ଗ୍ରୁପର ଅଂଶ ଭାବରେ ପ୍ରଦର୍ଶନ କରିଥିଲେ । ଏହି ଠାରୁ ତାଙ୍କର ସଙ୍ଗୀତ ଜଗତର ଯାତ୍ରା ଆରମ୍ଭ ହୋଇଥିଲା। ବିଭିନ୍ନ ପ୍ରକାର ସଙ୍ଗୀତ ଏବଂ ଏକକ ସଙ୍ଗୀତ ପରିବେଷଣ କରି ବିୟୋନ୍ସ ଆଜି ସଫଳତାର ଏହି ସ୍ତରେ ପହଞ୍ଚିପାରିଛନ୍ତି। ଆଜି ତାଙ୍କର ୮୦୦ ମିଲିୟନ ଡଲାର (୬୫୦୦ କୋଟି ଟଙ୍କାରୁ ଅଧିକ) ସମ୍ପତ୍ତି ଅଛି ଏବଂ ତାଙ୍କର ଏକ ପ୍ରାଇଭେଟ୍ ଜେଟ ମଧ୍ୟ ରହିଛି |

କେବଳ ଏତିକି ନୁହେଁ ଏହି ପ୍ରସିଦ୍ଧ ଗାୟୀକା ଜଣକ ଭାରତରେ ମଧ୍ୟ ଶୋ କରିଛନ୍ତି। ଡିସେମ୍ବର ୨୦୧୮ ଉଦୟପୁରରେ ମୁକେଶ ଅମ୍ବାନୀଙ୍କ ଝିଅ  ଇଶା ଅମ୍ବାନୀଙ୍କ ବିବାହରେ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଶୋ ପାଇଁ ସେ ୩-୪ ମିଲିୟନ୍ ଡଲାର୍ (୨୨-୩୦ କୋଟି ଟଙ୍କା) ଦାବି କରିଥିଲେ

Related Posts