ଯୋଗୀଜୀଙ୍କ ଘରେ କେବେ ବୁଲଡୋଜର୍ ଚାଲିବ?: ବଲିଉଡ୍ ଅଭିନେତା କମାଲ ଖାନ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅପରାଧୀ ତଥା ଅଭିଯୁକ୍ତଙ୍କ ଘରେ ବୁଲଡୋଜର ଚଳାଇବା ପାଇଁ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ସାରା ଦେଶରେ ବର୍ତ୍ତମାନ ବେଶ ଚର୍ଚ୍ଚାରେ ରହିଛନ୍ତି । ନିକଟରେ, ପ୍ରୟାଗରାଜରେ ହିଂସା ପରେ ପ୍ରଶାସନର ବୁଲଡୋଜର ଜାଭେଦ୍ ପମ୍ପଙ୍କ ଘରେ ଚାଲିଥିଲା । ସେପଟେ କେବଳ କିଛି ଲୋକଙ୍କ ଘରେ ହିଁ କାହିଁକି ବୁଲଡୋଜର ଚାଲୁଛି ? ତାକୁ ନେଇ ବିବାଦ ଦେଖାଦେବାରେ ଲାଗିଛି । କେବଳ ସରକାର ହିଁ ଲୋକମାନଙ୍କୁ ଦଣ୍ଡ ଦେବାର କାମ କରିବେ କି ? କୋର୍ଟଙ୍କ ପାଖରେ ଆଉ କୌଣସି କାମ ନାହିଁ କି ? ଯୋଗୀ ଆଦିତ୍ୟନାଥଙ୍କୁ ଏଭଳି ପ୍ରଶ୍ନ କରି ବେଶ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତା କମଲ ଅର ଖାନ । କମଲ ଆର ଖାନ ଟ୍ୱିଟରରେ ସିଏମ ଉପରେ ଦାଖଲ ହୋଇଥିବା ମାମଲାର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସିଏମ୍ ଯୋଗୀଙ୍କ ବିରୋଧରେ ପଞ୍ଜୀକୃତ ମାମଲା ଉଲ୍ଲେଖ କରାଯାଇଛି। ଏହା ସହିତ, କେଆରକେ ଲେଖିଛି ଯେ “ମୁଖ୍ୟମନ୍ତ୍ରୀ ଯୋଗୀ ଜୀ, ଆପଣ ନିଜ ଉପରେ କେବେ ବୁଲଡୋଜର ଚଳାଇବେ ? ଅନ୍ୟପଟେ ଏହି ଟ୍ୱିଟଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଦୀପକ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ଯୋଗୀ ଜୀଙ୍କର ଘରର ଆବଶ୍ୟକତା ନାହିଁ, ସେ ଜଣେ ସନ୍ୟାସୀ, ଯେ କୌଣସି ସ୍ଥାନରେ ରହିପାରିବେ । ଆପଣ ନିଜ କଥା ଭାବନ୍ତୁ । ନିଜ ଘର ଭାଙ୍ଗିଲେ ଆପଣ କେଉଁଠି ରହିବେ ? ସେହିପରି ଜୁନାଦ ଖାନ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ବୁଲଡୋଜର କେବେ ଚାଲିବ? ଅନ୍ଧ ଭକ୍ତମାନଙ୍କୁ ଉତ୍ତର ଦିଅ । ଜଣେ ମୁସଲମାନର ଅପରାଧ ଗ୍ରହଣ କରାଯିବା ପୂର୍ବରୁ ତାଙ୍କ ପରିବାରକୁ ଏହାର ଦଣ୍ଡ ଭୋଗିବାକୁ ପଡ଼ୁଛି । ଯୋଗୀଙ୍କ ଘରେ ବୁଲଡୋଜର କେବେ ଚାଲିବ? ମୋହସିନ୍ ଖାନ୍ ଲେଖିଛନ୍ତି, ‘ଆପଣ ଏହି ଟୁଇଟ୍ ରେ ସିଏମ୍ ଯୋଗୀଙ୍କୁ କାହିଁକି ଟ୍ୟାଗ୍ କରିନାହାଁନ୍ତି, ବୋଲି ପ୍ରଶ୍ନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts