ମାଟ୍ରିକ ପରୀକ୍ଷା ଦେଇ ଫେରୁଥିବା ବେଳେ ଓଲଟିଲା ଅଟୋ, ଜଣେ ବୃଦ୍ଧାଙ୍କ ସମେତ ୫ ଛାତ୍ରଛାତ୍ରୀ ଗୁରୁତର

ଭୁବନେଶ୍ୱର,୧୮/୩(ସତ୍ୟପାଠ ବ୍ୟୁରୋ): ମାଟ୍ରିକ ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଅଟୋରେ ଫେରୁଥିବାବେଳେ ଦୁର୍ଘଟଣା। ଅଟୋ ଓଲଟି ୫ ଜଣ ଛାତ୍ରଛାତ୍ରୀ ଆହତ ହେବା ସହିତ ଜଣେ ୬୦ ବର୍ଷର ବୃଦ୍ଧା ଗୁରୁତର ହୋଇଛନ୍ତି । ଜଳେଶ୍ଵର ମହମ୍ମଦ ନଗର ପାଟଣା ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସମସ୍ତ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଫୁଲଵାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।ସମସ୍ତ ଛାତ୍ରଛାତ୍ରୀ ଜଳେଶ୍ଵର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି ଜଳେଶ୍ୱର ମୁନିସିପାଲଟି ଅଧିନସ୍ତ ବଡ଼ବଜାର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ଚାଲନ୍ତିସ୍ଥିତ ସ୍ୱାମୀ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଦେଇ ଜଳେଶ୍ୱର ଫେରୁଥିଲେ । ଏହି ସମୟରେ ମିଲିଟାରୀ ବଜାରଠାରେ ଥିବା ଚର୍ଚ୍ଚ ସାମ୍ନାରେ ଅଟୋଟି ବୃଦ୍ଧାଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ ଚର୍ଚ୍ଚର ପାଚେରୀରେ ପିଟି ହୋଇଯାଇଥିଲା । ଅଟୋରେ ଦଶ ଜଣ ଛାତ୍ରଛାତ୍ରୀ ଥିବାବେଳେ ସେଥିରୁ ୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆହତ ହୋଇଥିବା ଛାତ୍ରଛାତ୍ରୀ ଜଳେଶ୍ୱର ଜି.କେ.ଭଟ୍ଟ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ବୃଦ୍ଧା ଜଣକ ଗୁରୁତର ଅଛନ୍ତି । ଗୁରୁତରଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ଚିକିତ୍ସା କରାଯାଉଛି । ଆହତ ଛାତ୍ରଛାତ୍ରୀମାନେ ହେଲେ ସୁବ୍ରତ ଯେନା, ଦିବ୍ୟଜ୍ୟୋତି ସାହୁ, ଶୁଭଶ୍ରୀ ଜେନା, ବୀଣାପାଣି ଘୋଷ ପ୍ରିୟଦର୍ଶିନୀ ରାଉତରାୟ ।

Related Posts