ଇନଷ୍ଟାଗ୍ରାମରେ କାହାକୁ ସବୁଠୁ ଅଧିକ ଲୋକ ଫଲୋ କରୁଛନ୍ତି, ରୋନାଲଡୋ ୧ ନମ୍ବର, ବିରାଟ କୋହଲି ୧୪ ନମ୍ବର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ସୋସିଆଲ ମିଡିଆର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ନିଜର ଫୋଟ, ଲେଖା ଏବଂ ଅନେକ ଜିନିଷକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଲୋକମାନେ ଅନ୍ୟମାନଙ୍କ ପାଖରେ ନିକଟତର ହୋଇପାରଛନ୍ତି । ସେପଟେ ଅନେକଙ୍କ ମନରେ ଆସୁଥିବ ଯେ ସୋସିଆଲ ମିଡିଆରେ କାହାକୁ ସବୁଠୁ ଅଧିକ ଫଲୋ କରୁଛନ୍ତି । ତେବେ ବିରାଟ କୋହଲି ଇନଷ୍ଟାଗ୍ରାମରେ ୨୦୦ ମିଲିୟନ ଅନୁସରଣକାରୀଙ୍କ ନିକଟରେ ପହଞ୍ଚିଛନ୍ତି। ଏହା ସହ ଇନଷ୍ଟାଗ୍ରାମରେ କୋହଲି ୧୪ ତମ ସର୍ବାଧିକ ଅନୁସରଣକାରୀ ଅଟନ୍ତି ।

ଅନ୍ୟପଟେ ୪୫୧ ନିୟୁତରୁ ଅଧିକ ଅନୁଗାମୀ ଥିବା ପର୍ତ୍ତୁଗୀଜ୍ ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଇନଷ୍ଟାଗ୍ରାମରେ ସବୁଠାରୁ ଅଧିକ ଅନୁସରଣ କରୁଥିବା ବ୍ୟକ୍ତି ଅଟନ୍ତି । ତାଙ୍କ ପରେ କାଇଲି ଜେନେର (୩୪୫ ମିଲିୟନ), ଲିଓନେଲ ମେସି (୩୩୪ ମିଲିୟନ), ସେଲିନା ଗୋମେଜ (୩୨୫ ମିଲିୟନ) ଏବଂ ଡୱେନ ଜନସନ (୩୨୦ ମିଲିୟନ) ଅଛନ୍ତି। ସେପଟେ ଅକ୍ଟୋବର ୨୦୧୦ ରେ ସୃଷ୍ଟି ହେବା ପରଠାରୁ ଇନଷ୍ଟାଗ୍ରାମ ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିଣତ ହୋଇଛି । ରାତାରାତି ଫଟୋ ଏବଂ ଭିଡିଓ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ସୃଷ୍ଟି କରିଛି ଯାହାର କ୍ୟାରିଅର୍ ପ୍ଲାଟଫର୍ମ ପାଇଁ ଷ୍ଟାଇଲାଇଜଡ୍ ବିଷୟବସ୍ତୁ ସୃଷ୍ଟି କରିବା ଏବଂ ବ୍ରାଣ୍ଡ ସହିତ କାର୍ୟ୍ୟ କରିବା ସହିତ ଜଡିତ ।

Related Posts