ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି । ଏହି ବୃଦ୍ଧି ପରେ ରେପୋ ରେଟ୍ ୪.୪୦ ପ୍ରତିଶତରୁ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଯାଇଛି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ଦିନ ମନିଟରୀ ପଲିସି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ପ୍ରେସ୍ମିଟ୍ରେ ସୂଚନା ପ୍ରଦାନ କରିଛନ୍ତି ।ଏହା ପୂର୍ବରୁ ଆରବିଆଇ ମେ’ ୪ରେ ହଠାତ ରେପୋ ରେଟ୍ରେ ୪୦ ବେସିସ ପଏଣ୍ଟ ବୃଦ୍ଧି କରିଥିଲା ।
ଏହି ପରିପ୍ରେକ୍ଷୀରେ ସିଆରଆରକୁ ମଧ୍ୟ ୦.୫୦ ପ୍ରତିଶତ ବୃଦ୍ଧି କରି ୪.୫ ପ୍ରତିଶତ କରାଯାଇଥିଲା । ଦେଖିବାକୁ ଗଲେ ପ୍ରାୟ ମାସକ ମଧ୍ୟରେ ଦ୍ବିତୀୟ ଥର ପାଇଁ ରେପୋ ରେଟ୍ ବୃଦ୍ଧି ହୋଇଛି । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ମୁଦ୍ରାସ୍ଫିତୀ ଦର ଲଗାତର ୬ ପ୍ରତିଶତ ଉପରେ ରହିଛି । ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଆରବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।





