ଭୁବନେଶ୍ୱର,୨୮/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ ଚାନ୍ଦବାଲିରେ ଆୟୋଜିତ ଜନସଭାକୁ ଉଦବୋଧନ ଦେଇ ଆରମ୍ଭରୁ ବିଜେଡ଼ି ଉପରେ ବର୍ଷିଛନ୍ତି। ‘ଓଡ଼ିଶାକୁ କିଏ ଚଳାଇବେ ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ’ ବୋଲି ପ୍ରଶ୍ନ କଲେ ଶାହ। ୬ ପର୍ଯ୍ୟାୟ ସରିଲାଣି, ୫ ପର୍ଯ୍ୟାୟ ରିପୋର୍ଟ ଅଛି । ୫ ପର୍ଯ୍ୟାୟରେ ମୋଦିଜୀ ୩୧୦ ସିଟ୍ ଜିତି ସାରିଲେଣି ବୋଲି କହିଛନ୍ତି ଅମିତ୍ ଶାହ । ସପ୍ତମ ପର୍ଯ୍ୟାୟ ଶେଷ ସୁଦ୍ଧା ଚାର୍ଶୋ ପାର୍ କରିବାକୁ ପଡ଼ିବ ।
୨୫ ବର୍ଷ ପରେ ଓଡ଼ିଶାକୁ ଓଡ଼ିଆ ଲେଖାପଢ଼ା ମୁଖ୍ୟମନ୍ତ୍ରୀ ମିଳିବ । ବିଜେପିକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ । ଓଡ଼ିଶାର ଅସ୍ମିତା ବଞ୍ଚାଇବା କି ନାହିଁ ପଚାରିଲେ ଶାହ । ତାମିଲ ବାବୁ ନା ମୁଖ୍ୟମନ୍ତ୍ରୀ ପରିଚାଳନା କରିବେ? ଏ ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, କଳା, ସ୍ୱାଭିମାନର ନିର୍ବାଚନ ।
ଜଣେ ତାମିଲବାବୁ ପରଦା ପଛରେ ରହି ଶାସନ କରିବେ କି? ବିଜେପିକୁ ଭୋଟ ଦିଅନ୍ତୁ, ଆପଣଙ୍କ ଜନସେବକ ଏଠି ଶାସନ କରିବେ ବୋଲି କହିଛନ୍ତି ଅମିତ୍ । ସେହିପରି ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ । ଖଣିଜ ସଂପଦରେ ଭରପୂର, ପାଣିରେ ଭର୍ତ୍ତି । କିନ୍ତୁ ନବୀନ ବାବୁଙ୍କ ପାଇଁ ଓଡ଼ିଶା ଲୋକ ଗରିବ ବୋଲି କହିଛନ୍ତି ।
ଓଡ଼ିଶାରେ ବି ମୋଦିଙ୍କ ସରକାର ବନାଇବାକୁ ପଡ଼ିବ । ୭୫ରୁ ଅଧିକ ସିଟ୍ ଜିତି ଡବଲ ଇଂଜିନ ସରକାର କରିବ ବିଜେପି । ୪ ଜୁନ୍ରେ ରେଜଲ୍ଟ ଆସିବ, ନବୀନ ବାବୁ ପୂର୍ବ ମୁଖ୍ୟମନ୍ତ୍ରୀ ବନିଯିବେ ହୋଇଯିବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଗନ୍ନାଥଙ୍କ ଭକ୍ତ ହିଁ ହେବ ବୋଲି କହିଛନ୍ତି ଶାହ ।
ଓଡ଼ିଶାର ଯୁବବର୍ଗ ପେଟ ପୋଷିବାକୁ ବାହାରକୁ ଯାଉଛନ୍ତି । ବିଜେପିକୁ ଭୋଟ ଦିଅନ୍ତୁ, ସମୃଦ୍ଧ ଓଡ଼ିଶା ବନାଇବୁ । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବୁ, ଯୁବବର୍ଗଙ୍କୁ ଏଇଠି ଚାକିରି ମିଳିବ ବୋଲି କହିଲେ । ତାମିଲ ବାବୁ ଓଡ଼ିଆ ଲୋକଙ୍କୁ ରାମ ଉତ୍ସବରୁ ବାରଣ କଲେ । ପ୍ରଭୁ ଜଗନ୍ନାଥଙ୍କ ସମ୍ମାନ ସହ ଖେଳକୁ ବରଦାସ୍ତ କରିବା ଉଚିତ କି ବୋଲି ପ୍ରଶ୍ନ କରିଥନ୍ତି ଶାହ ।
ଜଗନ୍ନାଥ ପରମ୍ପରା ଅନୁସାରେ ଜଗନ୍ନାଥ ମନ୍ଦିର ଚାଲିବା ଉଚିତ କି ନାହିଁ । ନବୀନ ବାବୁଙ୍କୁ ପଚାରୁଛି, ରତ୍ନଭଣ୍ଡାର ଚାବି କୁଆଡ଼େ ଗଲା । ଡୁପ୍ଲିକେଟ ଚାବି ହୋଇଛି କି ନାହିଁ ନବୀନ ବାବୁଙ୍କୁ ପଚାରୁଛି । ଯାଞ୍ଚ ରିପୋର୍ଟ କାହିଁକି ଚାପିଛନ୍ତି, ବିଜେଡି କାହାକୁ ବଞ୍ଚାଇବାକୁ ଚାହୁଁଛି । ବିଜେପି ସରକାର ଆସିଲେ ମାସକରେ ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି ।