ଜଙ୍ଗଲ ଜମିରୁ ଆଦିବାସୀଙ୍କୁ ତଡିବା ପଛର ଷଡ଼ଯନ୍ତ୍ର

ଆଦିବାସୀଙ୍କ ନାମରେ ପ୍ରଚାର କରିବେ, ଆଦିବାସୀଙ୍କ ନାମରେ ଭୋଟ ମାଗିବେ, ହେଲେ ସେହି ଆଦିବାସୀଙ୍କୁ ହିଁ ବେସି ଲୁଟିବେ । ଦୀର୍ଘ ଦୁଇ ଦଶନ୍ଧି ଧରି ଆଦିବାସୀଙ୍କୁ କେବଳ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରିଆସୁଥିବା ନବୀନ ବାବୁ ସେମାନଙ୍କ ସମ୍ପତ୍ତି ହଡପରେ ଯେ କେବଳ ବ୍ୟସ୍ତ ତାହା ନିକଟରେ ଏକ ଘଟଣାରୁ ସ୍ପଷ୍ଟ ଅନୁମେୟ ।

ଗତ ଫେବ୍ରୁଆରୀ 13 ତାରିଖରେ ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରି ଯେଉଁ ମାନଙ୍କର ଜଙ୍ଗଲ ଜମି ଅଧିକାର ଦାବିକୁ ରାଜ୍ୟ ସରକାରମାନେ ପ୍ରତ୍ୟାଖ୍ୟାନ କରିଛନ୍ତି, ଉକ୍ତ ଆଦିବାସୀମାନଙ୍କୁ ଜୁଲାଇ ମାସ ସୁଦ୍ଧା ଜମି ଛାଡିବାକୁ ନିର୍ଦ୍ଦେଶ ଦେଲେ । ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ଦେଶବ୍ୟାପୀ ବିରୋଧର ସ୍ୱର ଉଠିଲା । ଏହି ରାୟ ଫଳରେ ଓଡ଼ିଶାର ପ୍ରାୟ 1.25 ଲକ୍ଷ ଆଦିବାସୀ ପରିବାର ଅନ୍ୟ ଅର୍ଥରେ ପ୍ରାୟ 6 ଲକ୍ଷ ଆଦିବାସୀଙ୍କୁ ଜଙ୍ଗଲ ଜମି ଛାଡିବା ଅନିର୍ବାଯ୍ୟ ହୋଇଉଠିଲା । ତେବେ ରାୟ ବିରୋଧରେ ପ୍ରବଳ ଜନ ଆକ୍ରୋଶକୁ ହୃଦବୋଧ କରି ନିଜ ରାୟ ଉପରେ ସ୍ଥଗିତାଦେଶ ଦେବା ସହ ଆଦିବାସୀମାନଙ୍କର ଦାବିକୁ କାହିଁକି ପ୍ରତ୍ୟାଖ୍ୟାନ କରାଗଲା, ସେ ନେଇ ଜବାବ ମାଗିଛନ୍ତି । ତେବେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର କୋୖଣସି ଜବାବ ଦାଖଲ କରିନଥିବା ଜଣାପଡିଛି ।

ତେବେ ଆମକୁ ଟିକେ ଘଟଣାର ପୃଷ୍ଠଭୂମି କୁ ଫେରିବାକୁ ପଡିବ । ସୁପ୍ରିମକୋର୍ଟ ଙ୍କ 13 ତାରିଖରେ ଆଦିବାସୀମାନଙ୍କୁ ଜଙ୍ଗଲ ଜମି ଛାଡିବାକୁ ନିର୍ଦେଶ ଦେଲା ପରେ ତୁରନ୍ତ କେନ୍ଦ୍ରରେ ଶାସନ ଗାଦିରେ ବସିଥିବା ବିଜେପି ନିଜର ସମସ୍ତ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ରାୟ ବିରୋଧରେ ସୁପ୍ରିମକୋର୍ଟ ରେ ପୁନଃ ଆବେଦନ କରିବାକୁ ନିର୍ଦେଶ ଦେଲେ । ସେହିପରି କଂଗ୍ରେସ ମଧ୍ୟ ନିଜ ନିଜ ମୁଖ୍ୟମନ୍ତ୍ରୀମାନଙ୍କୁ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଲା । ପ୍ରାୟ ସମସ୍ତ ଆଦିବାସୀପ୍ରବଣ ରାଜ୍ୟ ଗୁଡିକ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ । ମାତ୍ର ଆଦିବାସୀଙ୍କ ସ୍ୱାର୍ଥ ଏବଂ ସୁରକ୍ଷା ପାଇଁ ସଜାଗ ଥିବା ନେଇ ଡିଣ୍ଡିମ ପିଟୁଥିବା ବିଜୁ ଜନତା ଦଳ ଆଶ୍ଚର୍ୟ୍ଯଜନକ ଭାବେ ରିଭ୍ୟୁ ପିଟିସନରୁ ଦୁରେଇ ରହିଲା । ଆଦିବାସୀମାନଙ୍କର ସୁରକ୍ଷା, ସ୍ଥାୟୀତ୍ୱ, ଅସ୍ତିତ୍ବ ବିପଦରେ ପଡିଥିବା ବେଳେ ନବୀନଙ୍କ ଏପରି ମନୋଭାବ ଏବେ ସାଧାରଣରେ ତାଙ୍କର ମିଛ ଆଦିବାସୀ ପ୍ରୀତିକୁ ଧରାପକାଇ ଦେଇଛି । ଭାଗ୍ୟ ଭଲ ସୁପ୍ରିମକୋର୍ଟ ନିଜ ରାୟ ଉପରେ ସ୍ଥଗିତାଦେଶ ଦେଲେ, ନହେଲେ 6 ଲକ୍ଷ ଆଦିବାସୀ ଆଜି ସର୍ଵସ୍ୱାନ୍ତ ହେଇଯାଇଥାନ୍ତେ । କୋଟି କୋଟି ଟଙ୍କା ଦେଇ ସୁପ୍ରିମକୋର୍ଟ ରେ ରାଜ୍ୟ ସରକାର ନିଜର ମାମଲା ପରିଚାଳନା ପାଇଁ ଓକିଲ ନିଯୁକ୍ତି କରିଥିବାବେଳେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କଣ ପାଇଁ ଚୁପ ରହିଲେ, ସେ ନେଇ ରାଜ୍ୟବାସୀ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ଆଦିବାସୀଙ୍କ ସ୍ୱାର୍ଥରକ୍ଷା କେବଳ ଏକ ବାହାନା, ସେମାନଙ୍କ ଖଣି, ପାଣି ଏବଂ ଜୀବନ ସରକାର ସ୍ପଷ୍ଟ ଦିବଲୋକରେ ଲୂଟ କରିବାରେ ବ୍ୟସ୍ତ ବୋଲି ବିରୋଧୀ ମାନେ ଅଭିଯୋଗ କଲେଣି ।

କଂଗ୍ରେସ ଶାସିତ ଉପା ସରକାର ସମୟରେ ପ୍ରଣୀତ ହୋଇଥିବା ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ଯେଉଁମାନେ ଜଙ୍ଗଲରେ 3 ପୁରୁଷ ଅର୍ଥାତ 75 ବର୍ଷ ଧରି ବସବାସ କରିଥିବେ, ସରକାର ସେମାନଙ୍କ ଆବେଦନକୁ ବିଚାର କରି ସ୍ଥାୟୀ ଜମି ପଟା ପ୍ରଦାନ କରିବେ ।

ରାଜ୍ୟ ସରକାର ଅନେକ ଆଦିବାସୀଙ୍କର ଦାବିକୁ ଗ୍ରହଣ କରିଥିଲେ ମଧ୍ୟ ପ୍ରାୟ 1.25 ଲକ୍ଷ ଆଦିବାସୀ ପରିବାରର ଦାବିକୁ ପ୍ରତ୍ୟାଖ୍ୟାନ କରିଦେଲେ । ହେଲେ ଏହାର ଯଥାର୍ଥ କାରଣ ଜଣେଇଲେ ନାହିଁ । ଯାହା ସରକାରଙ୍କ ଆଦିବାସୀ ମାରଣ ନୀତିର ଜ୍ଵଳନ୍ତ ଉଦାହରଣ ।

ଅଭିଯୋଗ ଖାଲି ଏଇଠି ସରୁନି । 1950 ମସିହାରେ ଅଡିବାସୀଙ୍କର କଲ୍ୟାଣ ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦ ପ୍ରତ୍ୟକ ରାଜ୍ୟରେ ଗଠନ ହେବାର ବିଧି ବ୍ୟବସ୍ଥା ରହିଛି । ଏହାର ସାମ୍ବିଧାନିକ ମୁଖ୍ୟ ରାଜ୍ୟପାଳ ଥିବା ବେଳେ ମୁଖ୍ୟମନ୍ତ୍ରୀ ସଭାପତି ଅଟନ୍ତି । ପ୍ରତି 6 ମାସରେ ଏହି ଉପଦେଷ୍ଟା ବୈଠକ ବସିବାର ନିୟମ ଥିଲେ ମଧ୍ୟ ଗତ 5 ବର୍ଷ ମଧ୍ୟରେ ଆଦୌ ବୈଠକ ଆହୁତ ହୋଇନାହିଁ । ଏବଂ ନବୀନ ବାବୁଙ୍କ ଶାସନ କାଳ ମଧ୍ୟରେ ସମୁଦାୟ 3 ରୁ 4 ଥର ବୈଠକ ବସିଛି । ଯାହା ମାନ୍ୟବାରଙ୍କ ମିଛ ଆଦିବାସୀ ପ୍ରୀତିକୁ ସାମ୍ନାକୁ ଆଣିଛି ।

ନବୀନ ବାବୁଯେ ଖାଲି ଆଦିବାସୀଙ୍କୁ ପ୍ରତାରଣା କରିନାହାନ୍ତି, ଏହି ନିରୀହଙ୍କ ଅଗୋଚରରେ ତାଙ୍କ ଜମିକୁ ଚୋରି କରି ବହୁ ସମୟରେ ଶାଗ ମାଛ ଦରରେ ବିଭିନ୍ନ ଶିଳ୍ପ ସଂସ୍ଥା ହାତରେ ଟେକିଦେଇଛନ୍ତି । ରାୟଗଡା, କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ଲାଞ୍ଜିଗଡ ଜଙ୍ଗଲରେ ବେଦାନ୍ତ ଆଲୁମିନା ପ୍ରତିଷ୍ଠା କରିବା ବେଳେ ସେତେବେଳେ ସେଠାକାର ଡଙ୍ଗରିଆ କାନ୍ଧକୁ ଏ ସମ୍ପର୍କରେ କିଛି ବି ଜଣାନଥିଲା । ସେହିପରି ଡଙ୍ଗରିଆ କନ୍ଧ ମାନଙ୍କର ଅନୁମତି ନ ନେଇ ନବୀନ ବାବୁ ନିୟମଗିରିକୁ ବେଦାନ୍ତ ହାତରେ ଟେକିଦେଇଥିଲେ । ତେବେ ଏ ଅନ୍ୟାୟ ବିରୋଧରେ ବିଭିନ୍ନ ରାଜନୈତିକ ଦଳ, ସ୍ବେଛାସେବୀ ଅନୁଷ୍ଠାନ ଏବଂ ଡଙ୍ଗରିଆ ମନେ ଏକତ୍ରିତ ହେବା ଫଳରେ ସୁପ୍ରିମକୋର୍ଟଙ୍କ ଆଦେଶ ଫଳରେ ସେଠାରେ ଜନସଭା ଅନୁଷ୍ଠିତ ହୋଇଥିଲା । ଏବଂ ଜନସଭାର ରାୟ ରାଜ୍ୟ ସରକାରଙ୍କ ବିରୋଧରେ ଯାଇଥିଲା । ଯାଜପୁର କଳିଙ୍ଗନଗର ଟାଟା କମ୍ପାନୀ ପାଇଁ 14 ଜଣ ନିରୀହ ଆଦିବାସୀଙ୍କୁ ଗୁଳି କରି ମାରିଦେବା ଘଟଣା ଆଜିବି ଆଦିବାସୀଙ୍କ ମନରେ ସରକାରଙ୍କ ବିରୋଧରେ କୋହ ସୃଷ୍ଟି କରେ । ସୁନ୍ଦରଗଡ ର ଖଣ୍ଡାଧାର ପାହାଡ଼ରେ ଥିବା ଖଣି ହେଉ ଅଥବା କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା , ମାଲକାନଗିରି, ସୁନ୍ଦରଗଡରେ ଯେତେ ଖଣି ଓ ଶିଳ୍ପାୟନ ପ୍ରତିଷ୍ଠା କରାଯାଇଛି ସେ ସମସ୍ତ ତଫସିଲ ଭୁକ୍ତ ଅଂଚଳ ମଧ୍ୟରେ ରହିଛି । ନିୟମନୁଯାଇ କୌଣସି ଶିଳ୍ପ ପ୍ରତିଷ୍ଠା ଆଗରୁ ତଫସିଲ ଭୁକ୍ତ ଅଂଚଳରେ ସ୍ଥାନୀୟ ଆଦିବାସୀମାନଙ୍କ ଅନୁମତି ନେବା ଅନିର୍ବାଯ୍ୟ ଥିବାବେଳେ ଏହା କେବେବି ହୋଇନାହିଁ । ନବିଂବାବୁଙ୍କ ଅମଲା ଶାସନ ନିରୀହ ଆଦିବାସୀଙ୍କ ଉପରେ ଜୋର ଜବରଦସ୍ତ ବଳ ପ୍ରୟୋଗ ହେଉ, ଅଥବା ପ୍ରଶାସନକୁ ବ୍ୟବହାର କରି ସେମାନଙ୍କୁ ଛଳନା କରି, ସାବୁବେଳେ ସେମାନଙ୍କର ଭିଟାମାଟି ଛଡାଇ ନେଇଛନ୍ତି । ଆଦିବାସୀଙ୍କ ଉନ୍ନତି ପାଇଁ ଉଦ୍ଧିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିକୁ ସେମାନଙ୍କ ଅଂଚଳରେ ବିନିଯୋଗ କରାନଯାଇ ଅନଖଣି ଏବଂ ବହୁ ସମୟରେ ଅର୍ଥର ବାଟମାରଣା କରାଯାଉଛି । ସେମାନଂକର ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ଅଧିକାର ଥିଲେ ମଧ୍ୟ ସେ ଅଧିକାର ବହୁ ସମୟରେ ସେମାନଙ୍କ ନିକଟରୁ ଛଡାଇ ନିଆଯାଉଛି ।

ଗୋଟିଏ ପଟେ ଛଳନା, ଆର ପଟେ ସୁଅଙ୍ଗର ଭଲ ନାଟକ ରଚନା କରିଛନ୍ତି ନବିବ ବାବୁ । ଆଦିବାସୀଙ୍କ ନିରୀହତାର ସୁଯୋଗ ନେଇ, ନବୀନ ବାବୁ ସେମାନଙ୍କୁ ଭୁଆଁ ବୁଲାଇବାରେ ବ୍ୟସ୍ତ ।ଆଦିବାସୀ ଙ୍କର ଅଧିକାରକୁ ଛଡ଼ାଇ ସେମାନଙ୍କର ସଂପତ୍ତି ହଡ଼ପ କରି ନବୀନ ବାବୁ ସେମାନଙ୍କ କଟା ଘାରେ ଚୂନ ଲେପୁଛନ୍ତି । ସେମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଆଦିବାସୀ ମହୋତ୍ସବର ଆୟୋଜନ କରାଯାଉଛି । ସେମାନଙ୍କର ଭାଷା,ସଂସ୍କୃତି, ଚାଲିଚଳଣୀ, ପରମ୍ପରା ବର୍ତ୍ତମାନ ବିପଦରେ ପଡିଥିବାବେଳେ ସରକାର ପ୍ରହସନ ଛାଡି ସେମାନଙ୍କ ସ୍ୱାର୍ଥରକ୍ଷା ଦିଗରେ କାମ କରିବାକୁ ରାଜ୍ୟବ୍ୟାପି ସ୍ୱର ଉତ୍ତୋଳନ ହେଲାଣି ।

Related Posts