ଡିଏଚଏଫଏଲକୁ କ୍ଲିନ୍ ଚିଟ୍

ମହାରାଷ୍ଟ୍ର: ଗୃହଋଣ ପ୍ରଦାନ କରୁଥିବା ଆର୍ଥିକ ସଂସ୍ଥା ଦେୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ (ଡିଏଚଏଫଏଲ)କୁ କ୍ଲିନ୍ ଚିଟ୍ । ୩୧ ହଜାର କୋଟି ଟଙ୍କାର ଜାଲିଆତି କରିଥିବା ନେଇ ଅଭିଯୋଗ କରିଥିଲା ଗଣମାଧ୍ୟମ ସଂସ୍ଥା କୋବ୍ରା ପୋଷ୍ଟ । ଏହାପରେ ସରକାର ନିରପେକ୍ଷ ଅଡିଟ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଟି ପି ଓଶ୍ବାଲ ଏବଂ ସହଯୋଗୀ ଏହି ଅଡିଟ କରୁଥିଲେ ।

ଅଡିଟ ରିପୋର୍ଟରେ ଉଲ୍ଲେଖ ରହିଛି କି ଡିଏଚଏଫଏଲ କମ୍ପାନୀର ପ୍ରମୋଟରମାନେ କୌଣସି ଜାଲ୍ କମ୍ପାନୀ ଗଠନ କରି ନାହାନ୍ତି, କି ଅନ୍ୟ ଉପାୟରେ ଟଙ୍କା ହଡପ କରି ନାହାନ୍ତି । ଏମିତିକି ୨୬ଟି ଫେକ କମ୍ପାନୀ ଗଠନ କରାଯାଇ ୧୧ ହଜାର ୫୨୨ କୋଟି ଟଙ୍କା ଋଣ ବିଭିନ୍ନ ବ୍ୟାଙ୍କରୁ ଆଣି ଟଙ୍କା ହଡପ କରାଯାଉଥିବା ଅଭିଯୋଗକୁ ମଧ୍ୟ କ୍ଲିନ ଚିଟ୍ ଦିଆଯାଇଛି ।

ମୋଟ ୩୨ଟି ଭାରତୀୟ ଏବଂ ବିଦେଶ କମ୍ପାନୀ ଡିଏଚଏଏଫଏଲକୁ ୯୭ ହଜାର କୋଟି ଟଙ୍କା ଋଣ ଦେଇଥିବା କୋବ୍ରା ପୋଷ୍ଟ ଉଲ୍ଲେଖ କରିଥିଲା । ଏମିତିକି ଯେଉଁ ମାନେ ଡିଏଚଏଫଏଲରୁ ଋଣ ନେଉଛନ୍ତି ସେମାନଙ୍କର ଠିକଣା ଗୋଟିଏ ବୋଲି ଦାବି କରିଥିଲା କୋବ୍ରା ପୋଷ୍ଟ । ଯାହାକୁ ଅଡିଟ ସଂସ୍ଥା ଟି ପି ଓଶ୍ବାଲ ଖଣ୍ଡନ କରିଛି ।

ମୋଟ ୪୫ ଜଣଙ୍କୁ ବେଆଇନ ୧୪ ହଜାର ୨୮୨ କୋଟି ଋଣ ଦିଆଯାଇଥିବା ଅଭିଯୋଗ ଆସିଥିଲା । ତେବେ ୪୫ ନୁହଁ ୧୦ ଜଣଙ୍କୁ ୧,୬୪୦ କୋଟି ଋଣ ଦିଆଯାଇଥିଲା, ଡିସେମ୍ବର ୨୦୧୮ ସୁଦ୍ଧା ଋଣ ଅସୁଲ ହୋଇଥିବା ଅଡିଟରେ ଜଣାପଡିଛି ।

Related Posts