ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ମନ୍ତ୍ରୀ ମୁଖତାର ଆବାସ ନକଭୀ ମନ୍ତ୍ରୀ ମଣ୍ଡଳ ରୁ ଇସ୍ତଫା ଦେଇଛନ୍ତି । କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଭାବେ ନକଭୀ କାର୍ଯ୍ୟରତ ଥିଲେ । ସେ ରାଜ୍ୟସଭାର ଜଣେ ସଦସ୍ୟ ଥିଲେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଥିଲା । ଆଉ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଆଜି ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଦଳ ତାଙ୍କୁ କିଛି ବଡ ଦାୟିତ୍ୱ ଦେଇପାରେ ।
ସୂଚନା ଥାଉ କି ମୋଦୀ କ୍ୟାବିନେଟରେ ଥିବା ଦୁଇ ମନ୍ତ୍ରୀଙ୍କ ରାଜ୍ୟସଭା କାର୍ଯ୍ୟକାଳ ଗୁରୁବାର ଶେଷ ହେବାକୁ ଯାଉଛି । ଯେଉଁଥିରେ ମୁଖତାର ଆବାସ ନକଭୀଙ୍କ ସହିତ ଆରସିପି ସିଂହଙ୍କ ନାଁ ମଧ୍ୟ ସାମିଲ ଅଛି । ଜୁଲାଇ ୬ ତାରିଖ ଠାରୁ ଏହି ଦୁଇ ନେତାଙ୍କର ସଦସ୍ୟତା ଶେଷ ହେବ । ସେପଟେ ଉପରାଷ୍ଟ୍ରପତି ରେସ ରେ ନକଭୀଙ୍କ ନାମ ଚର୍ଚ୍ଚାରେ ରହିଛି ।
