ସାଂସଦ ମହୁଆ ମୋଇତ୍ରଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ; ଆମେ ଏହାକୁ ସମର୍ଥନ କରୁ ନାହୁଁ: ଟିଏମସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏକ ଡକୁ୍ୟମେଣ୍ଟରୀ ଫିଲ୍ମ ପାଇଁ ମା’ କାଳିଙ୍କର ପୋଷ୍ଟରକୁ ନେଇ ସାରା ଦେଶରେ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଟିଏମସି ସାଂସଦ ମହୁଆ ମାଇତ୍ରଙ୍କ ବଡ଼ ବୟାନ ସାମ୍ନାକୁ ଆସିଥିଲା । ଯେଉଁଠାରେ ତୃଣମୂଳ କଂଗ୍ରେସ ନେତା ମହୁଆ ମିତ୍ର କାଳୀ ଦେବୀଙ୍କୁ ମାଂସ ଖାଉଥିବା ଏବଂ ମଦ୍ୟପାନ କରୁଥିବା ଦେବୀ ବୋଲି କହିଥିଲେ । ଯାହାକୁ ନେଇ ବର୍ତ୍ତମାନ ସାରା ଦେଶରେ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଏହି ବିବାଦ ବଢ଼ିବା ପରେ ସାଂସଦ ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି।

ଅନ୍ୟପଟେ ତାଙ୍କର ଏପରି ବିବୃତ୍ତି ସାମ୍ନାକୁ ଆସିବା ପରେ ତାଙ୍କ ଦଳ କେବଳ ଏହି ମନ୍ତବ୍ୟ ଠାରୁ ନିଜକୁ ଦୂରେଇ ରଖିନାହିଁ ବରଂ ଏହାକୁ ନିନ୍ଦା କରିଛି। ପାର୍ଟି ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟ ସେୟାର କରି କହିଛି ଯେ, ମହୁଆ ମିତ୍ରଙ୍କ ମନ୍ତବ୍ୟ ଏବଂ ଦେବୀ କାଳୀଙ୍କ ଉପରେ ତାଙ୍କର ମତ ତାଙ୍କର ବ୍ୟକ୍ତିଗତ ଅଟେ। ଏହା କୌଣସି ପ୍ରକାରେ କିମ୍ବା ରୂପରେ ଦଳ ଦ୍ୱାରା ଅନୁମୋଦିତ ନୁହେଁ। ଏଭଳି ମନ୍ତବ୍ୟକୁ ସମଗ୍ର ଭାରତ ତୃଣମୂଳ କଂଗ୍ରେସ ଦୃଢ଼ ନିନ୍ଦା କରୁଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts